ଆଇପିଏଲ୍ : ନୀତୀଶ ରେଡ୍ଡି ଓ ଟ୍ରାଭିସ୍ ହେଡଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ଆଗରେ ୨୦୨ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୫୦ତମ ମ୍ୟାଚରେ ରାଜସ୍ଥାନ ଆଗରେ ୨୦୨ ରନର ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏହି କଠିନ ପିଚରେ ଦଳ ଆରମ୍ଭରୁ ବେଶ ଧୀମା ଖେଳିଥିଲା । ପୁଣି ଦଳୀୟ ସ୍କୋର ୨୫ ରନ ହୋଇଥିବାବେଳେ ଦଳ ଅଭିଷେକ ଶର୍ମାଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୨ ରନ କରିଆଉଟ ହୋଇଥିଲେ । ସେହିପରି ଅନମୋଲପ୍ରିତ୍ ସିଂ ମାତ୍ର ୫ରନ କରି ଆଉଟ ହୋଇଥିଲେ । କିନ୍ତୁ ଓପନର ଟ୍ରାଭିସ ହେଡ୍ ଲଢୁଆ ବ୍ୟାଟିଂ କରି ୫୮ ରନ କରିଥିଲେ ଓ ନୀତୀଶ ରେଡ୍ଡିଙ୍କ ସହ ମିଶି ଏକ ଭଲ ପାର୍ଟନରସିପ କରିଥିଲେ । ନୀତୀଶ ଅପରାଜିତ ୭୬ ରନ କରିଥିଲେ । ସେହିପରି ହେନେରିକ୍ କ୍ଲାସେନ ୪୨ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୧ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଅଭେସ ଖାଁ ୨ଟି ଓ ସଂଦୀପ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର