ଟି-୨୦ରେ କ୍ରମାଗତ ୫ଥର ହାରିବା ପରେ ସଂଶୋଧନ ପାଇଁ ଭାରତୀୟ ମହିଳା ଟିମ୍‌ର ପ୍ରସ୍ତୁତି

ଗୌହାଟୀ: ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ବିରୋଧରେ ଗୁରୁବାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। କ୍ରମାଗତ ୫ ଥର ପରାଜୟ ହେବା ପରେ ମହିଳା ଟିମ୍‌ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ। ଆସାମର ଗୌହାଟୀ ଷ୍ଟାଡିୟମ୍‌ରେ ଗୁରୁବାର ମ୍ୟାଚ୍‌ ଜିତିବା ପାଇଁ ଭାରତୀୟ ରଣନୀତି ପ୍ରସ୍ତୁତ କରୁଛି।

ପ୍ରଥମ ଟି-୨୦ରେ ଇଂଲଣ୍ଡ ବିରୋଧରେ ୪୧ ରନ୍‌ରେ ପରାସ୍ତ ହେବା ପରେ ଭାରତ ଏଯାଏଁ କ୍ରମାଗତ ୫ଥର ମ୍ୟାଚ୍‌ ହାରିଛି। ଅନ୍ୟପକ୍ଷରେ ଡବ୍ଲ୍ୟୁଭି ରମଣଙ୍କ ନେତୃତ୍ୱରେ ଭାରତୀୟ ଟିମକୁ ଆସନ୍ତା ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ସଂଶୋଧନ କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡରେ ଭାରତ ଦିନିକିଆ ଶୃଙ୍ଖଳାରେ ବିଜୟୀ ହେବା ପରେ ୩ ଟି-୨୦ ମୁକାବିଲାରେ ପରାସ୍ତ ହୋଇଥିଲା। ଏହା ପରେ ଇଂଲଣ୍ଡ ଠାରୁ ମଧ୍ୟ ପ୍ରଥମ ଟି-୨୦ରେ ପରାସ୍ତ ହୋଇଥିଲା।

ଇଂଲଣ୍ଡର ୪ ଓ୍ଵିକେଟ୍‌ରେ ୧୬୦ ରନ୍‌ ସ୍କୋର ପଛରେ ଗୋଡେଇ ଭାରତୀୟ ମହିଳା ଟିମ୍‌ ୧୧୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭାରତୀୟ ଅଭିଜ୍ଞ କ୍ରିକେଟରମାନେ ଇଂଲଣ୍ଡର ବୋଲରମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର