ନାଗରିକଙ୍କ ଉପରକୁ ଗୁଳି ଚଳାଅ ନାହିଁ ବୋଲି ପାକ ସେନାକୁ ତାଗିଦ କଲା ଭାରତ

ନୂଆଦିଲ୍ଲୀ: ବିଶ୍ବ ସମୁଦାୟ ଦ୍ବାରା ଏକଘରିଆ ହୋଇ ବି ସୁଧୁରୁନି  ଶତ୍ରୁଦେଶ ପାକିସ୍ତାନ । ଭାରତୀୟ ସୀମାରେ ଲଗାତାର ନାଗରିକଙ୍କ ଉପରକୁ ଗୁଳିଚାଳନା କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଗାତାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନୀ ସେନା । ତେବେ ଏଥିପାଇଁ ପାକ୍ ସେନାକୁ ଚେତାବନୀ ଦେଇଛି ଭାରତୀୟ ସେନା । ସାଧାରଣ ନାଗରିଙ୍କର କିଛି କ୍ଷତି ହେଲେ କଡ଼ା ଜବାବ ଦିଆଯିବ ବୋଲି କହିଛି ଭାରତୀୟ ସେନା । ଏଥିପାଇଁ ପାକିସ୍ତାନକୁ କଡ଼ା ପରିଣାମ ଭୋଗିବା ପାଇଁ ପଡ଼ିବ ବୋଲି ସେନା ସତର୍କ କରାଇ ଦେଇଛି।

Indian army soldiers  REUTERS/Danish Ismail

ଗତ ଦୁଇ ଦିନ ତଳେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ଦୁଇ ଜଣ ନାଗରିକଙ୍କର ଜୀବନହାନୀ ଘଟିଥିଲା ।  ଭାରତ ସୀମାରେ ନାଗରିକଙ୍କ ଉପରକୁ ଗୁଳିବର୍ଷା ବନ୍ଦ କରିବା ପାଇଁ କହିଛି ଭାରତ । ତେବେ ପାକ୍ ପଟୁ ହେଉଥିବା ଗୁଳିବର୍ଷାରେ  କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ  କିନ୍ତୁ ପାକିସ୍ତାନର ଏପରି  ହରକତର ମୁହଁତୋଡ଼ ଜବାବ ଦିଆଯିବ ବୋଲି ସେନା କହିଛି । ଏୟାର ଷ୍ଟ୍ରାଇକ ପରେ ପ୍ରତିଶୋଧ ପରାୟଣ ହେଉଥିବା ପାକିସ୍ତାନ ଲଗାତାର ଭାରତୀୟ ସୀମାରେ ଗୁଳିବର୍ଷା କରୁଛି । ଆଉ ଭାରତୀୟ ସେନା ମଧ୍ୟ ଏହାର ଡକଡ଼ା ଜବାବ ଦେଉଛି ।

ସମ୍ବନ୍ଧିତ ଖବର