ଖୋର୍ଦ୍ଧା ଜିଲ୍ଲା ଶକ୍ତି‌ଉତ୍ତୋଳନ: ଉତ୍କଳ କରାଟେ ସ୍କୁଲ୍‌ ଜିମ୍‌ ବିଜେତା

ଭୁବନେଶ୍ବର: ଦୁଇ ଦିନଧରି ଚାଲିଥିବା ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ରବିବାର ଉତ୍କଳ କରାଟେ ସ୍କୁଲ୍‌ରେ ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲ୍‌ ଜିମ୍‌ ୩୪ ସ୍ବର୍ଣ୍ଣ ୧୬ ରୌପ୍ୟ ଓ୧୨ କାଂସ୍ୟ ପଦକ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ସେଣ୍ଟର ସିଟି ଜିମ୍‌ ୫ ସ୍ବର୍ଣ୍ଣ, ୭ ରୌପ୍ୟଓ ୩ କାଂସ୍ୟ ପଦକ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ୟୁନିକ ଫିଟନେସ୍‌ ଜିମ୍‌ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ପଦକ ପାଇଁ ତୃତୀୟ ହୋଇଥିଲା। ଏହି ପ୍ରତିଯୋଗିତାକୁ ଖୋଦ୍ଧା ଜିଲ୍ଲା ସଂଘର ସମ୍ପାଦକ ସମରେନ୍ଦ୍ର ରାଉତରାୟ, କୋଷାଧ୍ୟକ୍ଷ ପ୍ରଦୀପ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, ରାକେଶ ଶତପଥି, ଶକ୍ତିରଂଜନ ବାରିକ, ଅନୁପମା ସ୍ବାଇଁ, ଗୌରି ମହାନ୍ତି, ହିମାଂଶୁ ଶେଖର ଦାସ, ଜାଭେଦ ଅରସଦ ଓ ଦେବାଶିଷ ମହାନ୍ତି ପରିଚାଳନା କରିଥିଲେ। ଓଡ଼ିଶା ରାଜ୍ୟ ଶକ୍ତିଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଓ ଉପସଭାପତି ଚିତ୍ତରଂଜନ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜିମ୍‌ ଓ କ୍ଲବ୍‌ରୁ ୧୪୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର