କନିଷ୍ଠ କପ୍ ଟେନିସ୍: କାତାରକୁ ହରାଇଲା ଶୁଭ୍ରାଂଶୁ ଦଳ

ଭୁବନେଶ୍ବର: ଦୋହାରେ ଚାଲିଥିବା ଏସୀୟ କନିଷ୍ଠ କପ୍ (୧୪ ବର୍ଷରୁ କମ) ଟେନିସ୍ ପ୍ରତିଯୋଗିତାରେ ଭାରତ ସୋମବାର କାତାରକୁ ୩-୦ରେ ହରାଇ ଦେଇଛି। ଓଡ଼ିଶାର ଶୁଭ୍ର୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ନେତୃତ୍ବ ଏବଂ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ପ୍ରଥମରୁ ହିଁ ବିଜୟ ଅଭିଯାନ ଆରମ୍ଭ କରିଛି। ଉଦିତ ଗୋଗୋଇ ୬-୦, ୬-୦ରେ ଏନ ନାସିରଙ୍କୁ, ଆୟୂଷମାନ ଆର୍ଜେରିଆ ୬-୦, ୬-୦ରେ ଏ ସୁଲତାନଙ୍କୁ ହରାଇଥିଲେ। ଯୁଗଳରେର ଅମନ ଦାହିୟା-ଦୀପ୍‌ ମିନିମ ୬-୦, ୬-୦ରେ ଟି ଥାନି-ଏ ନାସିରଙ୍କୁ ହରାଇ ଭାରତ ପାଇଁ ଏକତରଫା ଫଳାଫଳ ଆଣିଥିଲେ।

ସମ୍ବନ୍ଧିତ ଖବର