ପରାଜୟ ସତ୍ତ୍ବେ ଭାରତୀୟ ଟିମର ସମର୍ଥନ କଲେ ଓଲିଉଡ ସମେତ ବଲିଉଡ ଷ୍ଟାର

ନୂଆଦିଲ୍ଲୀ: ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟ‌ାଡିୟମ୍‌ରେ ଗତରବିବାର ଖେଳାଯାଇଥିବା ତ୍ରୟୋଦଶ ସଂସ୍କରଣ ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ଭାରତ ପରାସ୍ତ ହେବା ପରେ ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଯାଇଥିଲା।

କ୍ରିକେଟପ୍ରେମୀଙ୍କ ସମେତ କ୍ରିକେଟର ତଥା ତାଙ୍କ ସମ୍ପର୍କୀୟମାନେ ନିରାଶ ହୋଇଯାଇଥିଲେ। ତେବେ ହାରିବା ସତ୍ତ୍ବେ ଓଲିଉଡ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଷ୍ଟାରମାନେ କ୍ରି‌କେଟ ଟିମର ସମର୍ଥନ କରି ଆଶ୍ବସନା ଦେଇ କହିଛନ୍ତି, ‘ମନ ଊଣା କାହିଁକି। ତୁମ ତ ଭଲ ଖେଳିଛ। ବାସ୍ତବରେ ତ ହାରିକି ଜିତିବାକୁ ବାଜିଗର ବୋଲି କୁହାଯାଏ।’

ଗତକାଲି ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ବେଳେ ୬ ୱିକେଟରେ ପରାସ୍ତ ହେବାକୁ ପଡ଼ିଥିଲା। ପରାଜୟ ସତ୍ତ୍ବେ ଏପର୍ଯ୍ୟନ୍ତ ଭାରତୀୟ ଦଳଙ୍କ ଯାତ୍ରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

 

 

View this post on Instagram

 

A post shared by Sheetal Patra (@sheetal._.patra)

 

 

View this post on Instagram

 

A post shared by Prakruti Mishra (@prakrutimishra)

ଓଲିଉଡ ଷ୍ଟାର ଅନୁ ଚୌଧୁରୀ, ଶୀତଲ ପାତ୍ର ଓ ପ୍ରକୃତି ମିଶ୍ରଙ୍କ ସମେତ ବଲିଉଡ ଷ୍ଟାର ଅଭିଷେକ ବଚ୍ଚନ, ବିବେକ ଓବରାଏ, କାଜୋଲ, ଅମିତାଭ ବଚ୍ଚନଙ୍କ ସମେତ ଅନେକ କଳାକାରମାନେ ଭାରତୀୟ ଦଳର ସମର୍ଥନ କରିଛନ୍ତି।

ଅମିତାଭ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ନା ନା ନା ଟିମ ଇଣ୍ଡିଆ। ଏପର୍ଯ୍ୟନ୍ତ କିଛି ଶେଷ ହୋଇନାହିଁ। ତୁମେ ଆମର ଗର୍ବ। ୧୦ଜଣ ଖେଳାଳିଙ୍କ ଦ୍ବାରା ଖେଳାଯାଇଥିବା ଖେଳ ଅନ୍ୟ ଦଳକୁ ଭୟଭୀତ କରିଛି। ତୁମେ ସବୁବେଳେ ଆମ ପ‌ାଇଁ ଚମ୍ପିଆନ ଅଛ ଓ ରହିବ ମଧ୍ୟ।’

ସମ୍ବନ୍ଧିତ ଖବର