ଉତ୍କଳ କରାଟେ ସ୍କୁଲ୍‌ର ଗ୍ରେଡିଂ ପରୀକ୍ଷା

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ରେ ଏହାର ଭୁବ‌ନେଶ୍ବର ଶାଖାର ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ କେନ୍ଦ୍ର ବ୍ୟତୀତ ରସୁଲଗଡ଼, ଡୁମୁଡୁମା, ଓଏମ୍‌ସି କଲୋନି, ସତ୍ୟନଗର, ଉରାଳି, ଡେକାଥଲନ୍‌, ରଶ୍ମିବିହାର ଶାଖାଗୁଡ଼ିକରୁ ମୋଟ ୩୩୦ କରାଟେକା ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡଃ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେନ୍‌ସାଇ ଖାରବେଳ ମଲ୍ଲିକ, ସନ୍ଦୀପ ମହାନ୍ତି, ଗୌରୀ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ଅନୁପମା‌ ସ୍ବାଇଁ, କୃଷ୍ଣଚନ୍ଦ୍ର ମହାରଣା, କ୍ରିଷ୍ଣା ଶିକାରୀ, ସୁସ୍ମିନ ପାଲଟାସିଂହ, ମହେଶ ଦୋରା, ଅମୀୟ ସାହୁ, ସପନ ମିତ୍ର, କଷ୍ଣଚନ୍ଦ୍ର ନାୟକ, ଦୀପକ, ସୁଶାନ୍ତ ଓ ଭଗବାନ ରେଡ୍ଡୀ ପରୀକ୍ଷାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର