କୋହଲିଙ୍କ ଭଳି ‘ସିକ୍ସ ପ୍ୟାକ୍’ ନଥାଇ ବି ରୋହିତ ବହୁତ ଭଲ ଖେଳନ୍ତି: କପିଲ ଦେବ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ଖେଳାଯିବ।। ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚଳିତ ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି। କିନ୍ତୁ କୋହିଲ ଏପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ରେ ବିଶେଷ କିଛି କରିପାରି ନାହାଁନ୍ତି। ଏଭଳି ପରିସ୍ଥିତିରେ କୋହଲି ଏବଂ ରୋହିତଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ପୁଣି ଥରେ ପ୍ରଶ୍ନ ଉଠିଛି। ପ୍ରଶଂସକମାନେ ପୁଣି ଥରେ ସୋସିଆଲ ମିଡିଆରେ ଏହି ବିତର୍କ ଆରମ୍ଭ କରିଛନ୍ତି।

ଏମଧ୍ୟରେ ବର୍ତ୍ତମାନ ଭାରତୀୟ ପୂର୍ବତନ ଅଧିନାୟକ କପିଲ ଦେବ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ କିଛି ଏଭଳି କହିଦେଇଛନ୍ତି, ଯାହା ବିତର୍କକୁ ଆହୁରି ବଢ଼ାଇ ଦେଇଛି। ସେ କହିଛନ୍ତି ଯେ, “ଯେତେବେଳେ ରୋହିତ ବ୍ୟାଟିଂ କରନ୍ତି, ସେତେବେଳେ ସେ କୋହଲିଙ୍କ ପରି ଖୁସିରେ ଡିଅନ୍ତି ନାହିଁ। ରୋହିତ ଜାଣିଛନ୍ତି କି ପଡ଼ିଆରେ ତାଙ୍କୁ କିଭଳି ରହିବାର ଅଛି। ସେ ତାଙ୍କର ସୀମା ଜାଣିଛନ୍ତି। ମୁଁ ଭାବୁଛି ବର୍ତ୍ତମାନ ସମୟରେ ରୋହିତଙ୍କଠାରୁ ଭଲ କେହି ନାହାଁନ୍ତି।”

ସେ ଆହୁରି କହିଛନ୍ତି ଯେ, “ଯଦି ବିରାଟ କୋହଲି ୧୫୦କିଲୋଗ୍ରାମ ଏବଂ ୨୫୦କିଲୋଗ୍ରାମ ଡମ୍ବେଲ ଉଠାଉଛନ୍ତି, ଏହାର ଅର୍ଥ ନୁହେଁ ଯେ ରୋହିତ ମଧ୍ୟ ତାହା କରିବା ଉଚିତ୍। ରୋହିତ ତାଙ୍କ ଖେଳକୁ ଭଲଭାବେ ଜାଣିଛନ୍ତି। ସେ ନିଜ ଭିତରେ ଖେଳନ୍ତି। ସେ ବିରାଟ କୋହଲିଙ୍କ ପରି ନୁହଁନ୍ତି। ରୋହିତଙ୍କର କୋହଲିଙ୍କ ଭଳି ‘ସିକ୍ସ ପ୍ୟାକ୍’ ନାହିଁ। ହେଲେ ସେ ‘ୱାନ୍ ପ୍ୟାକ’ରେ ବି ଛକା ମାରିପାରନ୍ତି।”

ସମ୍ବନ୍ଧିତ ଖବର