ଏହି କାମ କରିବାରେ ବିଶ୍ବର ପ୍ରଥମ କ୍ରିକେଟର ହେଲେ ବିରାଟ କୋହଲି

ନୂଆଦିଲ୍ଲୀ: ଅହମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ୧୮୬ ରନ କରିଥିଲେ। ପ୍ରାୟ ତିନି ବର୍ଷର ଦୀର୍ଘ ଅପେକ୍ଷା ପରେ କିଙ୍ଗ କୋହଲିଙ୍କ ବ୍ୟାଟ୍ ଏତେ ରନ୍ ବର୍ଷା କରିଥିଲା। ଏହି ଐତିହାସିକ ଇନିଂସ ଯୋଗୁଁ ପୂର୍ବତନ ଭାରତୀୟ ଅଧିନାୟକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ପାଇଥିଲେ। ବିଶେଷ କଥା ହେଉଛି ଏହି ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ସହିତ ବିରାଟ କୋହଲି ତାଙ୍କ ନାଁରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଏମିତି କି ଏହି ରେକର୍ଡ ଦୁନିଆର କୌଣସି ଖେଳାଳି ହାସଲ କରିପାରିନାହାନ୍ତି।

ସୂଚନା ମୁତାବକ, ବିରାଟ କୋହଲି କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ୧୦କିମ୍ବା ୧୦ରୁ ଅଧିକ ଥର ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଜିତିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ୧୦ମ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଥିଲା। ଏଥି ସହିତ ସେ ଓଡିଆଇରେ ୩୮ଥର ଏବଂ ଟି-୨୦ରେ ୧୫ଥର ଜିତିଛନ୍ତି। ମୋଟ ଉପରେ, ବିରାଟଙ୍କୁ ୬୩ଥର’ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର