ଖୋଲୁନି ଆଦର୍ଶ ବିଦ୍ୟାଳୟର ହୋଷ୍ଟେଲ: ଛାତ୍ରଛାତ୍ରୀ ହେଉଛନ୍ତି ଅସୁବିଧାର ସମ୍ମୁଖୀନ

 

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ଠାରେ ରହିଥିବା ଆଦର୍ଶ ବିଦ୍ୟାଳୟରେ ଅନେକ ଦୂରରୁ ପିଲା ଯିବା ଆସିବା କରି ପାଠ ପଢୁଛନ୍ତି। କିନ୍ତୁ ରହିବା ପାଇଁ ହଷ୍ଟେଲ ନଥିବାରୁ ପିଲା ମୁହଁ ଫେରାଇ ନେଉଥିବାର ଦେଖିବାକୁ ମିଳୁଛି। ମାଥିଲି ଭଳି ଉପାନ୍ତ ଅଞ୍ଚଳରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ ଆଜିବି ରାସ୍ତା ଘାଟର ସୁବିଧା ନାହିଁ କି ଗମନାଗମନ ପାଇଁ ଯାନବାହାନର ବି ସୁବିଧା ନାହିଁ। ଏପରିସ୍ଥଳେ ଛାତ୍ରଛାତ୍ରୀମାନେ ଅଭିବାବକ ଉପରେ ଭରସା କରି ବିଦ୍ୟାଳୟକୁ ଆସିବାକୁ ପଡିଥାଏ। ଛାତ୍ରଛାତ୍ରୀ ଦିନତମାମ ସ୍କୁଲରେ ରହିବା ପରେ ଅପରାହ୍ନରେ ଘରକୁ ଯାଇ କ୍ଲାନ୍ତ ଅନୁଭବ କରୁଛନ୍ତି ଯାହାଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ପାଇଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି।

ଏଓଆରିକି ୪୦ କିଲୋମିଟର ଦୂର ଛତିଶଗଡ଼ ସୀମାରୁ ପିଲା ନ ଖାଇ ଆସୁଛନ୍ତି ପୁଣି ନଖାଇ ଯାଉଛନ୍ତି। ନିରୀହ ଖଟିଖିଆ ମଜୁରୀଆ ବାପା ମା ଦିନକୁ ପିଲାଙ୍କୁ ଗାଡି ଭଡ଼ା ବାବଦକୁ କିଛି ପଇସା ଦେଇଥାନ୍ତି। ସେହି ପଇସାରେ ମହୁପଦର, କମାରପାଲି, ଟେମୁରୁପାଲି, କର୍ତ୍ତନପାଲି ପଞ୍ଚାୟତରୁ ଠାରୁ ଆସିଲେ ଗାଡ଼ି ଭଡ଼ା ଜଣକୁ ଶହେ ଟଙ୍କା ପଡୁଛି। ତେଣୁ ପିଲା ନଖାଇ ମଧ୍ୟ୍ୟ ଗାଡି ଭଡ଼ା ଦେଇ ସ୍କୁଲ ଆସୁଛନ୍ତି। ସରକାରଙ୍କ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ୍ୟ ଉପାନ୍ତ ଅଂଚଳର ଶହ ଶହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାର ଅଭିଯୋଗ ହୋଉଛି। ନିରୀହ ଗରିବ ଆଦିବାସୀ ପିଲାଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାର ଏ ହେଉଛି ବାସ୍ତବ ଚିତ୍ର। ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇ ଆଜିକୁ ଚାରି ପାଞ୍ଚ ବର୍ଷ ହୋଉଥିଲେ ମଧ୍ୟ୍ୟ ହୋଷ୍ଟେଲ ଖୋଲିବାର ନା ନେଉ ନେଉନାହାନ୍ତି ସରକାର। ତେବେ ମାଥିଲି ବ୍ଲକର ଆଦର୍ଶ ବିଦ୍ୟାଳୟ ଠାରେ କେବେ ହୋଷ୍ଟେଲ ଖୋଲାଯିବ ଓ ଖବର ପ୍ରସାରଣ ପରେ କେତେ ତତ୍ପର ଜୋଇ ଉଠିବେ ସରକାର ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାରେ।

ସମ୍ବନ୍ଧିତ ଖବର