ଭୁବନେଶ୍ବର : ୨୦୧୯ ଏପ୍ରିଲ-ମେରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ୨୦୧୮ରୁ ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଢେର୍ କସରତ ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରସ୍ତୁତ କରିଥିବା ଭିତ୍ତିଭୂମିକୁ ଆଧାର କରି ୨୦୧୯ ନିର୍ବାଚନର ସାମ୍ନା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ କେଉଁମାେନ ରାଜ୍ୟ ରାଜନୀତିର ପୁରଭାଗରେ ରହିବେ? କାହା ଉପରେ ଭରସା କରିବେ, ତିନି ଦଳର ମୁଖିଆ? ଆଉ କିଛି ନେତା ନିଜ ଦଳ ପାଇଁ ବିପଦ ସାଜିପାରନ୍ତି। ଏମାନେ କିଏ? କେଉଁ କେଉଁ ନେତା ଲୋକଙ୍କ ନଜରରେ ରହିବେ? ରାଜନୈତିକ ବିେଶଷଜ୍ଞଠାରୁ ଆରମ୍ଭ କରି ସାଧାରଣ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏଭଳି ମାଳ ମାଳ ପ୍ରଶ୍ନ।
ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ନବୀନ ଏଥର ଜିତିଲେ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଓ ନିଜ ରେକର୍ଡକୁ ନିଜେ ଭାଙ୍ଗିବେ। ଜାତୀୟ ରାଜନୀତିରେ ତାଙ୍କ ଦଳର ଦବଦବା ରହିବ କି ନାହିଁ, ତାହା ମଧ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି।
ବିଜୁ ଜନତା ଦଳର ଅଧିକାଂଶ ନେତା ସ୍ବୀକାର କରୁଛନ୍ତି, ସେମାନଙ୍କ ପାଇଁ ନବୀନ ହେଉଛନ୍ତି ଏକମାତ୍ର ସମ୍ପତ୍ତି। ସେମାନଙ୍କ ସଂଗଠନ ସହିତ ନବୀନଙ୍କ ଲୋକପ୍ରିୟତା ଓ ଭାବମୂର୍ତି ମିଶିେଲ ଯାଇ ସେମାନେ ବିେରାଧୀଙ୍କୁ ମାତ ଦେଇପାରିବେ। ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା, ଜାତୀୟ ରାଜନୀତିରେ ଓଡ଼ିଶାର ପତିଆରା ପ୍ରତିଷ୍ଠା, କୃଷକଙ୍କ ପାଇଁ ସରକାରଙ୍କ ସଂକଳ୍ପକୁ ଭୋଟର କେତେ ବିଶ୍ବାସ କରୁଛନ୍ତି ତାହା ଉପରେ ହିଁ ବିେଜଡିର ଭବିଷ୍ୟତ ମୁଖ୍ୟତଃ ନିର୍ଭର କରୁଛି।
ନୂଆବର୍ଷ ୨୦୧୯ କିନ୍ତୁ ବିେଜଡି ପାଇଁ ଅନେକ ଆଶଙ୍କା ଓ ଅଶ୍ବସ୍ତି ଆଣିପାରେ। ବିରୋଧୀ ଦଳ ପଟୁ ଅସମ୍ଭାଳ ଚାପ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ବର୍ଷ ଶେଷ ବେଳକୁ ବିରୋଧୀ ଦଳଗୁଡିକର ସମରସଜ୍ଜା ଏଭଳି ସମ୍ଭାବନାକୁ ଇସାରା କରୁଛି। କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଭଳି ଆକ୍ରମଣର େନତୃତ୍ବ ନେଇପାରନ୍ତି, ଆଉ କେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାମ୍ନା କରିପାରେ ବିେଜଡି। ଏଥର ଦୁଇ ଜାତୀୟ ଦଳ ଓ ତାର ଶୀର୍ଷ ନେତୃତ୍ବ ସହିତ ନବୀନଙ୍କର ପ୍ରତ୍ୟକ୍ଷ ଲଢେଇ ହେବା ନିଶ୍ଚିତ।
ତେବେ ଏଭଳି ଏକ ବଡ଼ ଲଢେଇ ପାଇଁ ନବୀନଙ୍କ ଟିମରେ କେଉଁମାେନ ସାରଥୀ ସାଜିବେ? ବିେଜଡି ଆଭ୍ୟନ୍ତରୀଣ ରାଜନୀତିକୁ ନିେରଖି ଦେଖିଲେ ଏକଥା ସଙ୍କେତ ମିଳୁଛି େଯ ଗତଥର ଭଳି ଏଥର ଜଣକୁ ନୁହେଁ, ବରଂ ଯୁବ ଓ ବରିଷ୍ଠଙ୍କୁ ମିଶାଇ ଏକ ବିଶାଳ ଟିମ୍ ଜରିଆରେ ନବୀନ ବିେରାଧୀଙ୍କ ରାସ୍ତା ଜଗିବେ। ଯେତେବେଳେ ବିରୋଧୀଙ୍କୁ ମୁକାବିଲାର ନିଷ୍ପତ୍ତି େହବ, ଯୁବ କାର୍ପଟଦାର ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ ରହିବେ ସାମ୍ନାରେ। କୃଷକ ପ୍ରସଙ୍ଗରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଜେନାଙ୍କୁ ଗୁରୁତ୍ବ ମିଳିବ। ସଂଗଠନ ସୁଦୃଢୀକରଣ େକ୍ଷତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ େଖାଜାଯିବ। ସେହିଭଳି ନିର୍ମାଣ ଶ୍ରମିକ, ସମବାୟ ସଂସ୍ଥା, ମହିଳା, ଯୁବ, ଛାତ୍ର ବର୍ଗକୁ ନେଇ ଦଳର ଆଉ କିଛି େନତା ସାମ୍ନାକୁ ଆସିବେ। ଏସବୁ େକ୍ଷତ୍ରରେ ସମନ୍ବୟ ଦାୟିତ୍ବ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିବ। କୌତୂହଳର କଥା େହଲା, ପ୍ରାର୍ଥୀ ଚୟନ େକ୍ଷତ୍ରରେ କିନ୍ତୁ ପର୍ଯ୍ୟବେକ୍ଷକମାନଙ୍କ ରିେପାର୍ଟକୁ ଧରି ମୁଖିଆ ନବୀନ ପଟ୍ଟନାୟକ ହିଁ ନିଜେ ଚୂଡାନ୍ତ ନିଷ୍ପତ୍ତି ନେବେ।
ଚିଟଫଣ୍ଡ ଘଟଣାରେ ବିବାଦୀୟ େହାଇପଡିଥିବା ବିଧାୟକ ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ, ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସଂପର୍କରେ ନବୀନ କି ନିଷ୍ପତ୍ତି େନଉଛନ୍ତି। ଏମାନଙ୍କ ବ୍ୟତୀତ ଗତଥର ଦଳ ଡିଆଁ ମାରିଥିବା ନେତା ଯଥା ଭୂପିନ୍ଦର ସିଂହ, ଅନୁପ ସାଏ ପ୍ରମୁଖଙ୍କ ପାଇଁ ନବୀନଙ୍କ ରାୟ କଣ ରହୁଛି। ରଘୁନାଥ ମହାନ୍ତିଙ୍କ ଭଳି େନତାଙ୍କୁ ନବୀନ ନିର୍ବାଚନ ମଇଦାନକୁ ଆଣିବେ ନା ନାହିଁ? ଏଭଳି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଏବେ ଘଣ୍ଟାଚକଟା ଚାଲିଛି।
ବିଜେପି ପାଇଁ ୨୦୧୯ ଚ୍ୟାଲେଞ୍ଜ ବିଜେଡି ଠାରୁ ବି କମ୍ ନୁହେଁ। ଦୀର୍ଘ ସାେଢ ଚାରିବର୍ଷ ଧରି କସରତ ପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ନବୀନଙ୍କ ବିକଳ୍ପ ଚେହେରା ଭାେବ ପ୍ରତିପାଦିତ କରିପାରିନାହାନ୍ତି। ଏହା ସତ୍ତ୍ବେ େକନ୍ଦ୍ରୀୟ େନତୃତ୍ବର ଓଡ଼ିଶା ଆଶାବାଡି େହଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଛବି ସବୁ ବର୍ଗର େନତା ରଖୁଛନ୍ତି େଛାଟ ହେଉ କି ବଡ଼। ହେଲେ ନିଜର େକାର ଟିମ (କିଛି ଯୁବ େନତାଙ୍କ ସହ ଅନ୍ୟ ଦଳରୁ ଆମଦାନୀ େନତା) ଓ ପୁରୁଣା ବିେଜପି େନତା ଅର୍ଥାତ ମନମୋହନ ସାମଲ, ସମୀର ଦେ, କନକ ବର୍ଧନ ସିଂହଦେଓ, ଜୁଏଲ ଓରାମ ପ୍ରମୁଖଙ୍କ ମଧ୍ୟରେ ସେ କିଭଳି ସମନ୍ବୟ ରଖୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବ।
ଏମିତିରେ ବି ପୁରୁଣା ବର୍ଷରୁ ରାଜ୍ୟ ବିେଜପିରେ ବୌଦ୍ଧିକ ଲଢେଇ ଆରମ୍ଭ େହାଇଯାଇଛି। ଆଇଏଏସ ଚାକିରି ଛାଡି ରାଜନୀତିକୁ ଓହ୍ଲାଇଥିବା ଅପରାଜିତା ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଦୂରେଇ ରଖିବାରେ ଧର୍ମେନ୍ଦ୍ର ସଫଳ େହାଇଛନ୍ତି ସତ। କିନ୍ତୁ ରାଜଧାନୀରେ ହୋର୍ଡିଂ ସଙ୍କେତ େଦଉଛି ଯେ ଅପରାଜିତାଙ୍କ ଦୃଷ୍ଟିରେ େମାଦୀ, ଅମିତ ଶାହ ହିଁ ମୁଖ୍ୟ। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବସନ୍ତ ପଣ୍ଡା ସମସ୍ତେ େଗାଟିଏ ବର୍ଗରେ ଅଛନ୍ତି। କେବଳ ଅପରାଜିତା ନୁହନ୍ତି, ପ୍ରତାପ ଷଡଙ୍ଗୀ, ଶ୍ରୀ ସିଂହଦେଓ, ଜୁଏଲଙ୍କ ଭଳି େନତା ଧର୍ମେନ୍ଦ୍ରଙ୍କ ରାସ୍ତା େଶଷ ମୁହୂର୍ତରେ ଓଗାଳିପାରନ୍ତି।
ତେବେ ଉଭୟ ବିେଜଡି ଓ ବିଜେପି ପାଇଁ କିନ୍ତୁ ବଡ଼ ସମସ୍ୟା ସୃଷ୍ଟି କରିପାରନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି େନତା। ଏମାନଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ, ସାଂସଦ ବୈଜୟନ୍ତ ପଣ୍ଡା, ଖାରବେଳ ସ୍ବାଇଁ ପ୍ରମୁଖ ମଧ୍ୟ ଉଭୟ ଦଳ ପାଇଁ ମୁଣ୍ଡବ୍ୟଥା ହୋଇପାରନ୍ତି। ଆଜି ଦିନର ଚିତ୍ର ହେଲା, ଏମାନେ ସ୍ବାଧୀନ ଭୂମିକାେର ରହିଛନ୍ତି। ନୂଆବର୍ଷରେ ଯଦି ଏମାେନ ପକ୍ଷଭୁକ୍ତ ନ ହେଲେ ଉଭୟ ବିେଜଡି ଓ ବିେଜପିର ସବୁ ଅସନ୍ତୁଷ୍ଟଙ୍କୁ ଏକାଠି କରି ରାଜ୍ୟ ରାଜନୀତିର ଗତି ପରିବର୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ଏ େକ୍ଷତ୍ରରେ ୧୯୯୫ ମସିହା ନିର୍ବାଚନ ଭଳି ବଡ଼ ପରିବର୍ତନ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। କାରଣ ଅଣ କଂଗ୍ରେସ େଭାଟ ସହିତ ସରକାର ବିେରାଧୀ େଭାଟ ମିଶିଲେ ବିପର୍ଯ୍ୟୟ ହିଁ ବିପର୍ଯ୍ୟୟ।
ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏହିବର୍ଷ ଅତ୍ୟନ୍ତ ମହତ୍ବ ରଖୁଛି। କଂଗ୍ରେସ ମୁଣ୍ଡିଆଳ ହେବାରେ ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଶେଷ ସୁଯୋଗ ହୋଇପାରେ। ଅନୁଗତ ବରିଷ୍ଠ ନେତାଙ୍କ ସହିତ ବିେରାଧୀ ଦଳ ନେତା ନରସିଂହ ମିଶ୍ର, ତିନି ଜଣ ଯୁବ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ନବ ଦାସ ଓ ପ୍ରଦୀପ ମାଝୀ ତାଙ୍କ ସହିତ ଅଛନ୍ତି। ଅଣ ଜନତା ଦଳ ଭୋଟ୍ ର ଏକମାତ୍ର ଉତ୍ତରାଧିକାରୀ େହଉଛି କଂଗ୍ରେସ। ଏମିତିରେ ବି ଜେଏମ୍ଏମ, ବାମ ଦଳ ସହିତ କଂଗ୍ରେସ ବନ୍ଧୁତା ବଢାଉଛି। ହେଲେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି କଂଗ୍ରେସ ଅନ୍ତଃକନ୍ଦଳରୁ ବାହାରି ପାରିନାହି।
କିନ୍ତୁ ସା˚ପ୍ରତିକ ସ୍ଥିତି ଏବ˚ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ବାସ୍ତବତା ଏହାଠାରୁ ଆହୁରି ଭୀଷଣ ହୋଇପାରେ।