ତ୍ରିବିନ୍ଧାରେ ୨୪ ହାତୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ତ୍ରିବିନ୍ଧାରେ ୨୪ ଟିକିଆ ହାତୀପଲ ଡେରା ପକ‌ାଇଛନ୍ତି। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତକାଲି ଉଖୁଣ୍ଡା ଅଞ୍ଚଳରୁ କରଞ୍ଜିଆ ରେଞ୍ଜକୁ ଏହି ହାତୀପଲ ଯାଇଥିଲେ। ଆଜି ପାଟଣା ରେଞ୍ଜ ଅନ୍ତର୍ଗତ ତ୍ରିବିନ୍ଧା ଗ୍ରାମରେ ହାତୀପଲ ଡେରା ପକାଇଛନ୍ତି।

ବୁଢ଼ୀକାପୁଡ଼ି, ତ୍ରିବିନ୍ଧା ଗ୍ରାମର ଚାଷୀଙ୍କ ଧାନ ଫସଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଖିରେଇଟାଙ୍ଗିରି ବନପାଳ ସୁନିତା ବଘେଲଙ୍କ ସମେତ ବନ କର୍ମଚାରୀମାନେ ହାତୀପଲଙ୍କୁ ଘଉଡ଼େଇବା ପାଇଁ ଉଦମ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର