ଖଡ଼ିଆଳ ରୋଡ୍‌ ଷ୍ଟେସନ୍‌ରୁ ୪୭ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ସୋମବାର ସକାଳେ ଖଡ଼ିଆଳ ରୋଡ୍‌ ରେଳବାଇ ଷ୍ଟେସନ୍‌ରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ପୁରୀ-ସୁରଟ ଏକ୍ସ୍‍ପ୍ରେସ୍‌ରେ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୪୭ ଜଣ ଶ୍ରମିକ ଦାନନ ଖଟିବାକୁ ହାଇଦ୍ରାବାଦ ଯାଉଥିବା ଖବର ପାଇ ଖଡ଼ିଆଳ ରୋଡ୍‌ ଜୋନ୍‌ ପୁଲିସ, ନୂଆପଡ଼ା ଓ ରେଳବାଇ ପୁଲିସ ସହ ଶ୍ରମ ବିଭାଗ ମିଳିତ ଭାବେ ଖଡ଼ିଆଳ ରୋଡ୍‌ ରେଳବାଇ ଷ୍ଟେସନରେ ଚଢ଼ାଉ କରିଥିଲେ।

ଘଟଣାସ୍ଥଳରୁ ସେମାନେ ଦାଦନ ଖଟିବାକୁ ଯାଉଥିବା ୧୮ ଜଣ ପିଲା, ୧୮ ଜଣ ପୁରୁଷ ଓ ୧୧ ଜଣ ମହିଳାଙ୍କୁ ଉଦ୍ଧାର କରି ନୂଆପଡ଼ା ଥାନାରେ ରଖାଯାଇଛି। ଠିକଣା ଅନୁସାରେ ସମସ୍ତଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର