ଏ ଦୁଇଟି ସାବଧାନତା ଜରିଆରେ ସହଜରେ ମସ୍ତିଷ୍କକୁ ସୁସ୍ଥ ରଖିପାରିବେ!

ଆଜିର ସମୟରେ ସମସ୍ତେ ଉଣା ଅଧିକେ କାର୍ଯ୍ୟବ୍ୟସ୍ତ। ଏଥିଲାଗି ଠିକ୍ ଭାବେ ଶୋଇ ପାରୁ ନାହାନ୍ତି ଅନେକ ଲୋକ । କିନ୍ତୁ ଯଦି ଆପଣ ସୁସ୍ଥ ମସ୍ତିଷ୍କ ଚାହୁଁଥା’ନ୍ତିି ତେବେ ଭଲ ନିଦର ଯଥେଷ୍ଟ ଆବଶ୍ୟକତା ରହିଛି। ଆଜିର ଏହି ବ୍ୟସ୍ତବହୁଳ ଜୀବନରେ କାହାରିକୁ ହେଲେ ବି ଅଧିକ ସମୟ
ଶୋଇବାକୁ ମିଳୁ ନାହିଁ ,ଯେଉଁ କାରଣକୁ ନେଇ ବ୍ୟକ୍ତିିର ଏହି ଅଭ୍ୟାସଟି ତାହାର ମସ୍ତିଷ୍କକୁ ଦିନ ପ୍ରତିଦିନ ଦୁର୍ବଳ କରିବାକୁ ଲାଗିଥାଏ।ତେଣୁ ଏକ ସୁସ୍ଥ ମସ୍ତିଷ୍କ ଲାଗି ବ୍ୟକ୍ତିକୁ ଅତି କମ୍‌ରେ ଦୈନିକ ୬ ଘଣ୍ଟାରୁ ଅଧିକ ନିଦ୍ରା ଯିବା ଆବଶ୍ୟକ ବୋଲି ଗବେଷଣାରୁ ଜଣାଯାଇଛି।

image source-youtube

ଅପରପକ୍ଷରେ ଆଜିର ସମୟରେ ଅଧିକାଂଶ ଲୋକ ମୋବାଇଲ୍‌ ଫୋନ୍‌ର ବ୍ୟବହାର କରୁଛନ୍ତି। କିନ୍ତୁ ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିର ମସ୍ତିଷ୍କକୁ ବହୁତ ଅଧିକ କ୍ଷତି ପହଞ୍ଚଥାଏ ଏକଥା ଜାଣିନାହାନ୍ତି। କାରଣ ମୋବାଇଲ୍‌ରୁ ବାହାରୁ ଥିବା ହାନିକାରକ ବିକିରଣ୍‌ ବ୍ୟକ୍ତିର ଭାବନା ଓ ଚିନ୍ତା କରିବାର କ୍ଷମତାକୁ ବି ପ୍ରଭାବିତ କରିଥାଏ।ଏଥିପାଇଁ ଆପଣଙ୍କୁ ମୋବାଇଲ୍‌ର ବ୍ୟବହାର ଯଥାସମ୍ଭବ କମ୍‌ କରିବା ଉଚିତ୍‌।

ସମ୍ବନ୍ଧିତ ଖବର