ବାସନ୍ତୀକଲୋନିରୁ ୧୦ ଖଟାଲ ଉଚ୍ଛେଦ, ଭଙ୍ଗାହେଲା ୫ ଘର

ରାଉରକେଲା: ବାସନ୍ତୀକଲୋନି ଡିଏଭି ପୋଖରୀ ରାସ୍ତା ପାର୍ଶ୍ବରୁ ୧୦ଟି ଖଟାଲକୁ ଆଜି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ସହକାରୀ କମିସନର ନରେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲ୍ୟାଣ୍ଡଗାର୍ଡର ଅଧିକାରୀ ଓ କର୍ମଚାରୀମାନେ ଦୁଇଟି ଜେସିବି ସହାୟତାରେ ଗୋଟିଏ ପରେ ଗୋଟିଏ ୧୦ଟି ଖଟାଲକୁ ଉଚ୍ଛେଦ କରିଥିଲେ। ଏଥିସହ ସେଠାରେ ରହୁଥିବା ୫ଟି ଘରକୁ ମଧ୍ୟ ଭଙ୍ଗାଯାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବାସନ୍ତୀକଲୋନିରୁ ଡିଏଭି ପୋଖରୀ ପ୍ରମୁଖ ରାସ୍ତା ପାର୍ଶ୍ବରେ ଆର୍‌ଏମ୍‌ସି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ଖଟାଲ ଥିବାରୁ ଦୈନନ୍ଦିନ ଯାତାୟରେ ବାଧା ଉପୁଜିଥିଲା। ଟ୍ରାଫିକ ସମସ୍ୟା ସମସ୍ୟା ସୃଷ୍ଟି ହେଉଥିଲା। ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏ ସଂକ୍ରାନ୍ତରେ ଆର୍‌ଏମ୍‌ସି କମିସନରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍‌ଏମ୍‌ସି ପକ୍ଷରୁ ଖଟାଲକୁ ଅନ୍ୟତ୍ର ଉଠାଇନେବାକୁ ମାଲିକମାନଙ୍କୁ କୁହାଯାଇଥିଲା। ମାତ୍ର ଖଟାଲମାଲିକମାନେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ କଥାକୁ ଶୁଣି ନଥିଲେ।

ସମ୍ବନ୍ଧିତ ଖବର