ସେମିଳିଗୁଡ଼ାରେ ଅଜଣା ଜର, ଗଡ଼ିଲାଣି ୭ ମୁଣ୍ଡ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରେ ୧୫ ଦିନ ହେଲାଣି ମାଡିଛି ଅଜଣା ‌ରୋଗ। ଏହି ରୋଗରେ ସାହିର ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ ଦିନରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସାହିରୁ ୧୮ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ୨୧ ୱାର୍ଡର ଜୋଶେଫ ବାଗ, ଦାନଗଡିଶାମ, ସୁନିଲ ଖୋସଲା, ଦୋହିତା କୂଳଦୀପ, ରାମ କୂଳଦିପ, ଚିଙ୍କୁ ଗଡଶାମ(୧୨) ଓ ଦାମ କୁଲଦୀପ (୩୫)ଙ୍କର ମୃତ୍ୟୁ ଘଟିଛି। ଏବେ ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲରେ ଜୀବନ ସହ ଲଢୁଛନ୍ତି ଚିଙ୍କୁ ମା। ଘଟଣାସ୍ଥଳରେ ଦୁଇ ବିଧାୟକଙ୍କ ସହ ପୂର୍ବତନ ବିଧାୟକ ପହଞ୍ଚିଛନ୍ତି।

ଏନେଇ ସିଡିଏମଓ କହିଛନ୍ତି ଯେ ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରୁ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି। ଘଟଣାସ୍ଥଳକୁ ଏକ ମେଡିକାଲ ଟିମ୍‌ ପଠାଯାଇଛି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏହି ଘଟଣା କୋରାପୁଟ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର