ଗୃହରେ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ବର: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଏଥିପାଇଁ ମୋଟ୍ ୧୬,୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ବ୍ୟୟବରାଦ ୪୯୩୪ କୋଟି ରହିଥିବାବେଳେ, କ୍ରାର୍ଯ୍ୟକ୍ରମ ବ୍ୟୟବରାଦ ୯୨୦୦ କୋଟି ରହିଛି। ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦.୪୬ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦକୁ ୫୫.୫୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ତେବେ ଅତିରିକ୍ତ ବଜେଟରେ କ୍ରାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ବ୍ୟୟବରାଦ ହୋଇଥିବା ୯୨୦୦ କୋଟିରୁ ୨୦୬୬ କୋଟି ଠଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ବୋଲି ସୂଚନା ମିଳିଛି ।

ଅତିରିକ୍ତ ବଜେଟ-୨୦୨୨-୨୩

-ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ ୪୯୩୪ କୋଟି 
-କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ୩୦୬.୬୫ କୋଟି
– ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି 
-ଜନସ୍ୱାସ୍ଥ୍ୟ ସେବା ପାଇଁ ୮୬୭ କୋଟି
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍ ପାଇଁ ୫୧ କୋଟି 
-ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି
-ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ୪୩୮ କୋଟି
-ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୦୮୪ କୋଟି ଟଙ୍କା 

ସମ୍ବନ୍ଧିତ ଖବର