ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନମିଳିଲେ ଆନ୍ଦୋଳନ ତୀବ୍ର ହେବ: ବିଜେପି

ଭୁବନେଶ୍ୱର : ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡିଶାରେ ଦିଆଯାଉନାହିଁ । ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତିକୁ ମୋହର ମାରିଲେ। ବର୍ତମାନ ଡାକ୍ତରୀ ଶିକ୍ଷା ପାଇଁ କାଉନସେଲିଂ ଚାଲୁଥିବା ବେଳେ ଓଡିଶା ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନିରବ ରହିବା ଆଶ୍ଚର୍ଯ୍ୟଜନକ। ଓଡିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ନା ‘ନ୍ୟାୟାଳୟ’ କିଏ ମନା କରିଛନ୍ତି? ଶାସକ ଦଳ ଭାବେ ବିଜେଡି ଏହାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବର୍ତମାନ ମେଡିକାଲ ଶିକ୍ଷା ପାଠ୍ୟକ୍ରମ ପାଇଁ କାଉନସେଲିଂ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏନେଇ କିଛି ନିଷ୍ପତ୍ତି ନିଅନ୍ତୁ। ନଚେତ୍ ବିଜେପି ପକ୍ଷରୁ ଜୋରଦାର୍ ଆନ୍ଦୋଳନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର