ପ୍ରାର୍ଥୀପତ୍ର ପ୍ରତ୍ୟାହାର ଉପରେ ସଭିଙ୍କ ନଜର

ଭଦ୍ରକ: ଭଦ୍ରକ ଜିଲ୍ଲାର ତ୍ରିସ୍ତିରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାରେ ଶେଷ ଦିନ ସୁଦ୍ଧା ମୋଟ ୧୦ ହଜାର ୧୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିଲା। ଯାଞ୍ଚ ପରେ ମୋଟ ୪୪୧ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିଲା। ନାକଚ ପରେ ମୋଟ ୯୫୭୩ ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ଆସନ୍ତାକାଲି ୨୫ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିବା ବେଳେ କେତେ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର। ଗତକାଲିଠାରୁ କିଛି ପ୍ରମୁଖ ଦଳର ନେତାମାନେ ନିଜ ନିଜ ଦଳୀୟ କର୍ମୀଙ୍କୁ ଘରେ ଘରେ ବୁଲି ବୁଝାଇବା ଆରମ୍ଭ କରିଛନ୍ତି।

ଅସନ୍ତୁଷ୍ଟ ନେତାଙ୍କୁ କିଛି ପରିମାଣରେ ବୁଝାଇବାକୁ ସକ୍ଷମ ହୋଇଥିବା ନେତା ଆସନ୍ତାକାଲିଙ୍କୁ ଅପେକ୍ଷା କରିଛନ୍ତି। କେଉଁ ଦଳର କେତେ ବିଦ୍ରେହୀ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ତାହାକୁ ନେଇ ଦଳୀୟ ସ୍ତରରେ ତର୍ଜମା ଚାଲିଛି। ବିଶେଷକରି ବଡ ଦଳ ଓ କ୍ଷମତାରେ ଥିବା ବିଜେଡି ଦଳରେ ଜିଲ୍ଲାର ୫ ଟି ଯାକ ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ଅସନ୍ତୁଷ୍ଟ ପ୍ରାର୍ଥୀ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଯାହା ତଥ୍ୟ କହୁଛି କିଛି ବିଦ୍ରେରହୀ ପ୍ରାର୍ଥୀ ଆସନ୍ତାକାଲି ସେମାନଙ୍କର ପ୍ରାରର୍ଥୀପତ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଥିବା ଜଣାପଡିଛି। ଦଳୀୟ ଚାପ ଏଇ ପ୍ରାର୍ଥୀଙ୍କ ଉପରେ ପଡୁଥିବାରୁ ସେମାନେ ଆଉ ମଇଦାନରେ ପ୍ରାର୍ଥୀ ହୋଇ ନିର୍ବଚାନ ଲଢିବାକୁ ଚାହୁଁ ନଥିବା ଶୁଣାଯାଉଛି। ଆସନ୍ତାକାଲିର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର