ଦୀପ ରଞ୍ଜନଙ୍କୁ ଆଉ ଏକ ରୌପ୍ୟ

ଭୁବନେଶ୍ବର: ସ୍ପାନିସ୍ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ଲେବଲ-୧ରେ ଓଡ଼ିଶାର ଦୀପ ରଞ୍ଜନଙ୍କୁ ରୌପ୍ୟ ପଦକ ମିଳିଛି। ସ୍ପେନ୍‌ର ଟୋଲେଡୋ ସହରରେ ଚଳିତମାସ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ପୁରୁଷ ଯୁଗଳରେ ଦୀପ ରଞ୍ଜନ ଓ ମନୋଜ ସରକାରଙ୍କ ଯୋଡ଼ି ଦକ୍ଷିଣ କୋରିଆର ଜୋ ଡଙ୍ଗଜାଏ-ସିନ କିଉଙ୍ଗ ହାନ୍‌ଙ୍କୁ ୨୧-୧୮, ୨୫-୨୩ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେଠାରେ କିନ୍ତୁ ନିଜ ଦେଶର ନେହଲ ଗୁପ୍ତା-ନବୀନ ଶିବକୁମାରଙ୍କଠାରୁ ୨୦-୨୨, ୨୪-୨୨, ୧୯-୨୧ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଏହା ପୂର୍ବରୁ ଦୀପ ରଞ୍ଜନ ଏହି ପ୍ରତିଯୋଗିତାର ଲେବୁଲ-୨ରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା‌ରେ ଓଡ଼ିଶାରୁ ଦୀପ ରଞ୍ଜନଙ୍କ ଛଡ଼ା ଶୁଭ୍ରଜିତ ମହାରଣା ଓ ଜି. ଦିଲେଶ୍ବର ରାଓଙ୍କ ସମେତ ୩ଜଣ ଖେଳାଳି ଅଂଶଗ୍ରହଣ କରୁଥିଲେ। ।

ସମ୍ବନ୍ଧିତ ଖବର