ଆଳିଗାନ୍ଧି ସହଦେବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଆଳି: ମହାନ ଗାନ୍ଧିବାଦୀ ସ୍ବାଧୀନତା ସଂଗ୍ରାମୀ, ପ୍ରଜା ଆନ୍ଦୋଳନର ନେତା ତଥା ଆଳିର ଭୂତପୂର୍ବ ବିଧାୟକ ସ୍ବର୍ଗତ ସହଦେବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଆଜି ପାଳିତ ହୋଇଯାଇଛି। ସହଦେବ ସ୍ମୃତି ସଂସଦ, ଆଳି ହାଇସ୍କୁଲ ଓ ନମୌଜା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ଆନୁକୁଲ୍ୟରେ ସ୍ବର୍ଗତ ଦାସଙ୍କ ଜନ୍ମପୀଠରେ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଗୋବିନ୍ଦ ଚନ୍ଦ୍ର ନନ୍ଦ, ବୀରେନ୍ଦ୍ର କୁମାର ପଣ୍ଡା,ଭରତ ଚରଣ ସେଠୀ, ମଧୁସୂଦନ ଦାସ,ବାମନ ବେହେରା, ବିଷ୍ଣୁ ଚରଣ ଦାଶ,ମୋହନ ଦଳାଇ,ଶରତ ରାୟ,ବିଜୟ ମହି, ତ୍ରୈଲୋକ୍ୟ ପଣ୍ଡା, ଅନାଦି ଜେନା, ଅମ୍ବୁଜ ଦାଶ,ଦେବେନ୍ଦ୍ର ପଣ୍ଡା,ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ତ୍ୟାଗପୂତ ଜୀବନର ସ୍ମୃତି ଚାରଣ କରିଥିଲେ।

ସମ୍ବନ୍ଧିତ ଖବର