ଭଦ୍ରକ କଲେଜ ଯୁକ୍ତ ତିନି ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ

୯୨.୫୪ ପ୍ରତିଶତ ନମ୍ବର ରଖି ତୁଷ୍ଟିତା ଜେନା କଲେଜ୍‌ ଟପର୍‌

ଭଦ୍ରକ: ଆଜି ଭଦ୍ରକ କଲେଜର ଯୁକ୍ତ ତିନି ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ମୋଟ ୩୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୬୩ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀ ସମ୍ମାନ ସହ ଡିସ୍‌ଣ୍ଟିକ୍‌ସନ୍‌ରେ ୨୧୧ ଜଣ ପାସ୍‌ କରିଥିବା ଜଣାପଡ଼ିଛି। ପ୍ରଥମ ଶ୍ରେଣୀ ସମ୍ମାନରେ ୪୬ ଜଣ, ଦ୍ବିତୀୟ ଶ୍ରେଣୀ ସମ୍ମାନ ଓ ଡିସ୍‌ଣ୍ଟିକ୍‌ସନ୍‌ରେ ୨ ଜଣ ଓ ଦ୍ବିତୀୟ ଶ୍ରେଣୀ ସମ୍ମାନରେ ୪ ଜଣ ପାସ୍‌ କରିଥିବା ବେଳେ ୫୦ ଜଣ ଫେଲ୍ ହୋଇଛନ୍ତି। କଳାରେ ଶତକଡ଼ା ୮୪ ପ୍ରତିଶତ ଫଳାଫଳ ହୋଇଛି। ସେହିପରି ବିଜ୍ଞାନରେ ମୋଟ ୨୫୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୯୬ ଜଣ ପାସ୍‌ କରିଛନ୍ତି।

ପ୍ରଥମ ଶ୍ରେଣୀ ସମ୍ମାନ ଓ ଡିସ୍‌ଣ୍ଟିକ୍‌ସନ୍‌ରେ ୧୩୮ ଜଣ, ପ୍ରଥମ ଶ୍ରେଣୀ ସମ୍ମାନରେ ୫୭ ଜଣ, ଦ୍ବିତୀୟ ଶ୍ରେଣୀ ସମ୍ମାନରେ ଜଣେ ପାସ୍‌ କରିଥିବା ବେଳେ ୫୬ ଜଣ ଫେଲ୍ ହୋଇଛନ୍ତି। ବିଜ୍ଞାନରେ ଶତକଡ଼ା  ୭୭.୮ ପ୍ରତିଶତ ଫଳାଫଳ ହୋଇଛି। ବାଣିଜ୍ୟରେ ମୋଟ ୨୩୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୭୪ ଜଣ ପାସ୍‌ କରିଛନ୍ତି। ୫୭ ଜଣ ପ୍ରଥମ ଶ୍ରେଣୀ ସମ୍ମାନ ଓ ଡିସ୍‌ଣ୍ଟିକ୍‌ସନ୍‌ରେ ପାସ୍‌ କରିଥିବା ବେଳେ ୧୬୭ ଜଣ ପ୍ରତମ ଶ୍ରେଣୀ ସମ୍ମାନରେ ପାସ୍‌ କରିଛନ୍ତି। ୧୦ ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ମୋଟ ୫୬ ଜଣ ଫେଲ୍‌ ହୋଇଛନ୍ତି। ବାଣିଜ୍ୟରେ ଶତକଡ଼ା ୭୫.୭ ପ୍ରତିଶତ ଫଳାଫଳ ହୋଇଛି। ସେହିପରି ସେଲ୍‌ଫ ଫାଇନାନ୍‌ସ ବିଭାଗରେ ମୋଟ ୧୨୭ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୬ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀ ସମ୍ମାନ ଓ ଡିସ୍‌ଣ୍ଟିକ୍‌ସନ୍‌ରେ ୩୪ ଜଣ ପାସ୍‌ କରିଛନ୍ତି।

ପ୍ରଥମ ଶ୍ରେଣୀ ସମ୍ମାନରେ ୭୨ ଜଣ ପାସ୍‌ କରିଥିବା ବେଳେ ୨୧ ଜଣ ଫେଲ୍ ହୋଇଛନ୍ତି। ମୋଟ୍‌ ପାସ୍ ହାର ୮୩.୫ ପ୍ରତିଶତ ରହିଛି।
ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟରେ ତୁଷ୍ଟିତା ଜେନା ମୋଟ ୨୪୦୬ (୯୨.୫୪) ନମ୍ୱର ରଖି ନିଜ ବିଭାଗରେ ତଥା ଭଦ୍ରକ କଲେଜରେ ଟପର୍‌ ହୋଇଛନ୍ତି। କଳା ବିଭାଗ ଅର୍ଥଶାସ୍ତ୍ର ବିଷୟରେ ସସ୍ମିତା ଓଝା  ମୋଟ ୨୩୦୬ (୮୮.୬୯) ପ୍ରତିଶତ ନମ୍ୱର ରଖି ବିଭାଗୀୟ ଟପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ପାର୍ଥସାରଥୀ ପଲାଇ  ମୋଟ ୨୨୮୨ (୮୭.୭୭) ପ୍ରତିଶତ ନମ୍ୱର ରଖି ଟପର ହୋଇଛନ୍ତି। ସେଲ୍‌ଫ ଫାଇନାନ୍‌ସ ବିଭାଗ ବିଜ୍ଞାନ ଓ ଯୋଗାଯୋଗ ବିଷୟରେ ଶଶିକାନ୍ତ ମହାନ୍ତି ୨୨୬୭ (୮୭.୮୭) ପ୍ରତିଶତ ନମ୍ବର ରଖି ବିଭାଗୀୟ ଟପର୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର