ବିଜେଡି  ୫୩୫, ବିଜେପି  ୩୮ ଓ କଂଗ୍ରେସ  ୩୦ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ

ଭୁବନେଶ୍ବର: ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ତେବେ ଦିନ ୨ଟା  ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି  ୫୩୫ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି  ୩୮ ଓ କଂଗ୍ରେସ  ୩୦ଟିରେ ଆଗୁଆ ରହିଛି। ଏଣେ ଅନ୍ୟ ଦଳର ପ୍ରାର୍ଥୀମାନେ ୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛନ୍ତି।

ତେବେ ଦ୍ବିତୀୟ ଦିନର ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ୩୦୫ଟି ଜୋନରୁ ବିଜେଡି ୨୪୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୩ ଏବଂ କଂଗ୍ରେସ ୧୫ ଜୋନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୩ଟି ଓ ଗୋଟିକରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।

ଭଦ୍ରକ ଜିଲ୍ଲାର ଆଜିର ଭୋଟ ଗଣତିରେ୯ରୁ ୯ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି। ଏଣେ ଢେଙ୍କାନାଳରେ ଦ୍ବିତୀୟ ଦିନରେ ସମାନ ସ୍ଥିତି ରହିଛି।
କାମାକ୍ଷାନଗରରେ ବିଜେପି ଏବଂ ଆଉ ୭ରେ ବିଜେଡି ଆଗରେ ରହିଥିବା ଜଣାଯାଇଛି।

ଗଜପତି ଜିଲ୍ଲାର ୬ଟି ଜିିଲ୍ଲା ପରିଷଦ ଜୋନ୍‌ରେ ଆଜି ଭୋଟ ଗଣତିି ଜାରି ରହିଛି। ଅପରାହ୍‌ଣ ୨ଟା ସୁଦ୍ଧା ବିଜେଡି ୫ଟି ଜୋନ୍‌ରେ ଆଗୁଆ ରହିଛି। କଂଗ୍ରେସ ଗୋଟିଏ ଜୋନ୍‌ରେ ଆଗୁଆ ଥିବା ଜଣାଯାାଇଛି। ଗଣତିର ଦ୍ବିତୀୟ ଦିନରେ ସାତୋଟି ବ୍ଳକର ସମୁଦାୟ ୬ଟି ଜୋନ୍‌ରେ ଗଣତି ଚାଲିଛି।

ଦ୍ବିତୀୟ ଦିନରେ ବି ଅନୁଗୁଳ ଜିଲ୍ଲାରେ ବିଜୟ ବାନା ଉଡ଼ାଇବାକୁ ଯାଉଛି ବିଜେଡ଼ି। ପ୍ରଥମ ଦିନରେ ଗଣତି ହୋଇଥିବା ସମସ୍ତ ୮ ଟି ଯାକ ବିଜେଡି ପୋଛି ନେବା ପରେ ଦ୍ବିତୀୟ ଦିନରେ ଗଣତି ଚାଲିଥିବା ୮ ଟି ଯାକ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।

ସମ୍ବନ୍ଧିତ ଖବର