ଗାଡ଼ିଧକ୍କାରେ କାର ଭାଙ୍ଗି ଚୂରମାର ହୋଇଗଲା, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଜିଲ୍ଲା ପରିଷଦଙ୍କ ପୁଅ

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଇନ୍ଦିରାଛକ ଠାରେ ଅଜଣା ଗାଡ଼ି ଧକ୍କାରେ ଏକ କାର ଭାଙ୍ଗିରୁଜି ଚୂରମାର ହୋଇଛି। ଆଉ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂର୍ବତନ ଜିଲ୍ଲାପରିଷଦ ଓ ପୂର୍ବତନ ସରପଞ୍ଚଙ୍କ ପୁଅ।

ସୂଚନାରୁ ପ୍ରକାଶ ଆଜି ସକାଳ ସମୟରେ ନଟାକଟା ପଞ୍ଚାୟତ ପୂର୍ବତନ ସରପଂଚ ପ୍ରଦୀପ କୁମାର ବେହେରା ଓ ପୂର୍ବତନ ଜିଲ୍ଲା ପରିଷଦ ଅହଲ୍ୟା ବେହେରାଙ୍କ ପୁଅ ସୁମନ କୁମାର ବେହେରା ନିଜର କାର୍‌ (ଟିଏସ ୦୭ ଜିଏଚ ୮୧୬୪)ରେ ଅମର୍ଦ୍ଦାରୋଡରୁ ବାଲେଶ୍ୱର ଯାଉଥିବା ବେଳେ ଇନ୍ଦିରାଛକ ଗଳା ପୋଲ ଦେଇ ଜାତୀୟ ରାଜପଥକୁ ଉଠୁଥିବା ବେଳେ ହଠାତ୍ ରାସ୍ତାର ଗୋଟାଏ ପାର୍ଶ୍ଵରେ ସମାନ ଦିଗରୁ ଆସୁଥିବା ଦୁଇଟିଟ୍ରକ୍ ଓଭରଟ୍ୟାକ ସମୟରେ କାରକୁ ଧକ୍କା ଦେଇଥିଲା। ଫଳରେ କାର ସମୁଖାଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କାର ବେଲୁନ ବାହାରି ଥିବାରୁ ଚାଳକ ସୁମନ ନିଶ୍ଚିତ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ଘଟାଇ ଉଭୟ ଟ୍ରକ୍ ଘଟଣା ସ୍ଥଳରୁ ଖସିଯାଇଥିବା ଜଣାଯାଇଛି। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ ସହିତ ଅମର୍ଦ୍ଦାରୋଡ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହିତ ଦୁର୍ଘଟଣା ଗ୍ରସ୍ତ କାର କୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର