ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ସଫେଇ

ବାଲେଶ୍ବର: ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଟିପିଏନ୍‌ଓଡିଏଲ୍‌ ତରଫରୁ ବିଶ୍ବ ପରିବେଶ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟିପିଏନ୍‌ଓଡିଏଲ୍‌ ଅଧିନସ୍ଥ ସମସ୍ତ ଜିଲ୍ଲାରେ କରାଯାଇଥିଲା। କାର୍ଯ୍ୟକ୍ରମରେ ଟିପିଏନ୍‌ଓଡିଏଲ୍‌ର ଶତାଧିକ କର୍ମଚାରୀ ସ୍ବେଚ୍ଛାକୃତ ଭାବରେ ଯୋଗଦେଇ ସ୍ଥାନୀୟ ଚାନ୍ଦିପୁର ବେଳାଭୂମିକୁ ସଫେଇ କରିଥିଲେ। ଏହି ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ କର୍ମଚାରୀ ଏବଂ କର୍ମଚାରୀ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଟିପିଏନ୍‌ଓଡିଏଲ୍‌ର ସୁରକ୍ଷା ଓ କ୍ରୀଡ଼ା, ସଂସ୍କୃତି ଓ ସମାରୋହ କମିଟି ପରିଚାଳନା କରିଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର