ରାଜଧାନୀରୁ ୨କୋଟି ଟଙ୍କାର କୋକେନ ଜବତ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଚଳିତବର୍ଷ ଏପ୍ରିଲ ମାସରେ ରାଜଧାନୀ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ୍ ଜବତ ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କର ନାଁ ଗୁଲବେଶ ଖାନ । ତାଙ୍କୁ ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କରିଛି ଏସଟିଏଫ । ଟ୍ରାଞ୍ଜିଟ ଡିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ତାଙ୍କୁ ପଚରାଉଚରା କରାଯାଉଛି । ପୂର୍ବରୁ ଏହି ଘଟଣାରେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍‌ବାସ ଅଞ୍ଚଳର ରଭି ସିଂ ଓ ଝୁନ୍‌ଝୁନ୍‌ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରହୁଥିବାବେଳେ ଜବତ କୋକେନ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଇଥିଲା |

ତେବେ କୋକେନ୍‌ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଥିଲା। ଆଉ ଏନେଇ ଏସଟିଏଫ ତଦନ୍ତ ଜାରି ରଖିଥିବାବେଳେ ଆଜି ଗୁଲବେଶକୁ ଗିରଫ କରାଯାଇଛି | ଏହି କୋକେନ୍ ଚାଲାଣ ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି | ଉଲ୍ଲେଖ ଥାଉ କି ସେତେବେଳେ ଏସ୍‌ଟିଏଫ୍‌ ଟିମ୍‌ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍‌ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀର ତୁର୍କମାନ ଗେଟ୍‌ରୁ କୋକେନ୍‌ର ମୁଖିଆ ଆପ୍ରେସନ କରୁଥିଲା ବୋଲି ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା ।

ଭୁବନେଶ୍ୱରଭର ଟାର୍ଗେଟ କଷ୍ଟମର ଥିଲେ ହକି ବିଶ୍ବକପ୍‌ର ଦର୍ଶକ। ବିଦେଶୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନୀ ଯୁବକ ଦ୍ବୟ ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ବୋଲି ସନ୍ଦେହ କରାଯାଇଥିଲା । ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ ଥିଲା |

ସମ୍ବନ୍ଧିତ ଖବର