ବିଦ୍ୟୁତ୍ ଆଘାତରେ ୪୦୭ ଟ୍ରକ ଚାଳକଙ୍କ ମୃତ୍ୟୁ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ନଛିମପୁର ପଞ୍ଚାୟତ ଆମ୍ବଳିଅଠା ଗ୍ରାମରେ ରାସ୍ତାରେ ୪୦୭ ଟ୍ରକ ଯୋଗେଁ ଯାଉଥିବା ଏକ ହାରଭେଷ୍ଟର(ଧାନ କଟା ଗାଡ଼ି)୧୧ କେଭି ବିଦ୍ୟୁତ୍ ଲାଇନ ସଂସ୍ପର୍ଶରେ ଆସିବାରୁ ଟ୍ରକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାଟି ଜଳେଶ୍ଵର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ଚାଳକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମବଣିଆ ଗାଁର ପଦନା ସାହୁଙ୍କ ପୁଅ ସନାତନ(୪୦)।

ନଛିମପୁର ଗ୍ରାମର ହେମନ୍ତ କୁମାର ସିଂହଙ୍କ ଘରକୁ ଏହି ଧାନକଟା ମେସିନଟି ଏକ ୪୦୭ ଗାଡ଼ିରେ ବୋଝେଇ ହୋଇ ଯାଉଥିଲା। ତେବେ ଆମ୍ବଳିଅଠା ଶିବ ମନ୍ଦିର ପ୍ରାଙ୍ଗଣରେ ଟ୍ରକରେ ଥିବା ହାରଭେଷ୍ଟରର ଉପର ଭାଗ ହଠାତ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଏହି ସମୟରେ ଚାଳକ ସନାତନ ଟ୍ରକରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ ଆଘାତରେ ସେ କିଛି ଦୁଧକୁ ଛିଟିକି ପଡ଼ିବା ସହ ଘଟଣାସ୍ଥଳରେ ହଁ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁ ର କିଛି ହବିଷିଆଳି ଏହା ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ।ପୁଲିସ ଶବକୁ ଜବତ କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମନ୍ଦିର,ସ୍କୁଲ ଓ ରାସ୍ତା ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତି ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଯାଇଥିବାରୁ ଏହି ଅଘଟଣ ଘଟିଲା ବୋଲି କୁହାଯାଇଛି। ଏଥିପାଇଁ ବିଦ୍ୟୁତ ବିଭାଗର ଅବହେଳାକୁ ବିଭିନ୍ନ ମହଲରୁ ଦାୟୀ କରାଯାଇଛି।

ସମ୍ବନ୍ଧିତ ଖବର