ବାରିପଦା ସହରରେ ବୁଲିଲା ଦନ୍ତା

ବାରିପଦା/କୁଳିଅଣା : ସୋମବାର ସକାଳୁ ସକାଳୁ ବାରିପଦା ସହର ଭିତରେ ଏକ ବିରାଟକାୟ ଦନ୍ତାହାତୀକୁ ଦେଖି ଲୋକେ ଆବାକାବା। କ୍ଷଣିକ ମଧ୍ୟରେ ଏହି ଖବର ପ୍ରଚାରିତ ହୋଇଯିବା ପରେ ଆତଙ୍କ ଖେଳିଗଲା। ‌ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ। କେହି କେହି ତ ଘର ଫାଟକ ଓ କବାଟ ବନ୍ଦ କରିଦେଲେ। ସେପଟେ ଗାଡ଼ିମଟର ଚଳାଚଳ ବନ୍ଦ। ରାସ୍ତାଘାଟ ଖାଲି ହୋଇଗଲା। ଗଜରାଜ ବି ନିର୍ଭୟ ଠାଣିରେ ସହର ବୁଲିବା ପରେ ଜାତୀୟ ରାଜପଥରେ କେଇ କିଲୋମିଟର ବାଟ ଯାଇ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ।

ଗତ ୨୩ ତାରିଖ ରାତିରେ ପଡ଼ୋଶୀ ପଶ୍ଚିମବଙ୍ଗରୁ ଏହି ଦନ୍ତା ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜରେ ପ୍ରବେଶ କରିଥିଲା। ବନ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ବେଳେ ଦନ୍ତା ବାରିପଦା ସହର ଉପକଣ୍ଠ ଦାରୋଗାଡ଼ାହି ନିକଟସ୍ଥ ରାଜପଥ ପାର ହୋଇ ସହର ଭିତରକୁ ପଶିଥିଲା।

ସମ୍ବନ୍ଧିତ ଖବର