ଡାକ୍ତରଖାନା ପରିସରରୁ ଚୋରି ଘଟଣା: ୫ ଅଭିଯୁକ୍ତ ଜେଲ୍‌ ଗଲେ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦର ମହକୁମାସ୍ଥିତ ନିର୍ମାଣାଧୀନ ଡାକ୍ତରଖାନା ପରିସରରୁ ଗତମାସ ୨୬ ତାରିଖ ଦିନ ଚୋରି ହୋଇଥିଲା। ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ମୁରିବାହାଲ ବଜାରପଡ଼ାର ରମାକାନ୍ତ ଭୋଇ (୨୩ବର୍ଷ), ଗୁଡ୍ଡୁ ତାଣ୍ଡି (୨୪ବର୍ଷ), ବିମଳ କୁମ୍ଭାର (୨୨ବର୍ଷ), ବିକାଶ ସାହୁ (୨୩ବର୍ଷ), ପତ୍ରାପାଲି (କ) ପଞ୍ଚାୟତ ନିମପରା ଗାଁର ବିକ୍ରମ ଭୋଇ (୨୨ବର୍ଷ)। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ମଧ୍ୟରୁ ୩ କୁଇଣ୍ଟାଲ ଛଡ଼, ୧୧ଟି ପ୍ଲାଷ୍ଟିକ ଡ୍ରମ୍‌, ଏକ ବାଇକ୍‌ (ଓଆର୍‌ ୦୩ ଏଫ୍‌ ୪୨୩୪) ଜବତ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ନୂଆ ଡାକ୍ତରଖାନା କୋଠା ନର୍ମାଣ କାମ ଚାଲିଥିବାରୁ ସେଠାରେ ନିର୍ମାଣ ସାମଗ୍ରୀ ପଡ଼ିରହୁଛି। ଏହାର ସୁଯୋଗ ନେଇ ଉକ୍ତ ଅଭିଯୁକ୍ତମାନେ ଗତ ୨୬ ତାରିଖ ଦିନ ଏସବୁ ସାମଗ୍ରୀ ଚୋରି କରି ନେଇଥିଲେ। ପୁଲିସ ଥାନା କେସ୍‌ ନଂ ୧୬୦/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା ବୋଲି ଥାନାଧିକାରୀ ସିପରା ସାରାୟା ଲୁଗୁନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର