ବୈତରଣୀ ଉପର ମୁଣ୍ଡରେ ଲଗାଣ ବର୍ଷା: ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ: ଗତ ୨୪ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗତ ଦୁଇଦିନ ହେବ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ବ୍ଲକର ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ନଦୀରେ ବନ୍ୟା ଆସିଲେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ ନଦୀର ଉପର ମୁଣ୍ଡ ଠାକୁରମୁଣ୍ଡାଠାରେ ସର୍ବାଧିକ ୨୬୪.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର ଠାରେ ୧୪୪.୮, ଚମ୍ପୁଆ ଠାରେ ୧୧୧.୪, ସ୍ଵାମପାଟଣା ଠାରେ ୧୭୦.୨, ଆନନ୍ଦପୁର ଠାରେ ୯୬.୨ ଓ ଆଖୁଆପଦାଠାରେ ୬୮.୮ମିମି ବର୍ଷା ରେକର୍ଡ କରାଯାଇଛି। ଉପରୋକ୍ତ ବର୍ଷା ତଥ୍ୟ ଅନୁଯାୟୀ ବୈତରଣୀ ଅବବାହିକାରେ ଏକ ବଡ଼ ଧରଣର ବନ୍ୟା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦିନ ୧୦ଟା ବେଳେ ଆନନ୍ଦପୁର ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ବେଳେ ଆଖୁଆପଦାଠାରେ ଦିନ ୧୨ଟା ସୁଦ୍ଧା ୧୭.୧୩ମିଟରରେ ଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି।

ସମ୍ବନ୍ଧିତ ଖବର