ରାଜପଥରୁ ହଟିଲା ଗ୍ୟାସ୍‌ ଟ୍ୟାଙ୍କର୍‌

କିଶୋରନଗର/ବଇଣ୍ଡା : ପ୍ରୋପେନ ଗ୍ୟାସ୍‌ ବୋଝେଇ ସିଲିଣ୍ଡର ଦୁର୍ଘଟଣାଗ୍ରସ୍ତ ହେବାର ପ୍ରାୟ ୨୪ ଘଣ୍ଟା ପରେ ଆଜି ଅପରାହ୍‌ଣରେ ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ବାଭାବିକ ହୋଇଛି। ଏଥିସହିତ ଆତଙ୍କିତ ଅବସ୍ଥାରେ ଆଖପାଖ ଗ୍ରାମବାସୀ ଆଶ୍ବସ୍ତ ହୋଇଛନ୍ତି।

ଗତକାଲି ସାଢ଼େ ୪ଟାରେ ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ପ୍ରୋପେନ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର( ଏନ୍‌ଏଲ୍‌ ୦୧ ଡି ୨୭୫୮) ହଣ୍ଡପା ଥାନା କମରେଇ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ‌ହେବାରୁ ଅଂଚଳରେ ଆତଙ୍କ ଖେଳିଯାଇଥିଲା।

ସମ୍ବନ୍ଧିତ ଖବର