ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ; ବାପା ସମେତ ୨ ପୁଅ ଆହତ

ବାଲେଶ୍ୱର : ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ବାଲେଶ୍ୱର ସହରର ଟାଉନ ଥାନା ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ବାପପୁଅଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ଅପରାହ୍‌ଣରେ ଏହି ଘଟଣା ଘଟିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୁଲିସ ‌ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି।

ମିଳିଥିବା ଖବର ମୁତାବକ ବଟେଶ୍ୱର ଅଞ୍ଚଳର ଅନୀଲ ସାହାଙ୍କ ଦୁଇପୁଅ ଆଜି ତାଙ୍କ ଘର ଛାତ ଉପରେ ଗୁଡ଼ି ଉଡ଼ାଉଥିବା ବେଳେ ସେଠାରେ ଅନ୍ୟ କିଛି ଯୁବକ ଗୁଡ଼ି ଉଡ଼ାଉଥିଲେ। ଦୁହିଁଙ୍କ ଗୁଡ଼ି ମଧ୍ୟରେ ସୂତା କଟାକଟି ହେବା ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା। ତେବେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବାପା ଅନୀଲ ସାହା ଓ ତାଙ୍କ ଦୁଇପୁଅ ରକ୍ତାକ୍ତ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଟାଉନ ଥାନା ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର