ହୀରାକୁଦ: ୧୦ ଗେଟ୍‌ ଖୋଲା, ଜଳସ୍ତର ୬୨୪ ଡେଇଁଲା

ସମ୍ବଲପୁର : ଜଳସ୍ତର ବୃଦ୍ଧି ପାଇବା କାରଣରୁ ସୋମବାର ସକାଳେ ପୁଣି ହୀରାକୁଦ ବନ୍ଧର ଆଉ ୫ଟି ଗେଟ୍‌ ଖୋଲା ଯାଇଛି। ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ ୪ଟି ଓ ୯ଟା ବେଳେ ଗୋଟିଏ ଗେଟ୍‌ ଖୋଲିଥିଲା। ଫଳରେ ମୋଟ ଖୋଲା ଗେଟ୍‌ ସଂଖ୍ୟା ୧୦ରେ ପହଞ୍ଚିଛି। ସୋମବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୪.୭୩ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧,୫୨,୩୫୯ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୭୪,୪୫୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର