ବିଷ ପିଇଲେ, ହାତ କାଟିଲେ: ଜଳସେଚନ ବିଭାଗ ଏସ୍‌ଡିଓଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ଘରୋଇ କଳହକୁ କେନ୍ଦ୍ର କରି ଜଣେ ସରକାରୀ ଅଧିକାରୀ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଖଇରା ଜଳସେଚନ ବିଭାଗର ଏସ୍‌ଡିଓ ବସନ୍ତ ଜେନା (୩୦)। ଆଜି ସନ୍ଧ୍ୟାରେ ଶ୍ରୀ ଜେନା ସୋରସ୍ଥିତ ନିଜ ସରକାରୀ ବାସଭବନରେ ଥିବା ବେଳେ କୌଣସି କାରଣରୁ ଘର ଲୋକଙ୍କ ସହ କଳହ ହୋଇଥିଲା। ଫଳରେ ସେ ଆତ୍ମହତ୍ୟା କରିବାକୁ ଯାଇ ବିଷ ପିଇବା ସହ ହାତ କାଟି ଦେଇଥିଲେ।

ଏହା ଜାଣିବା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀ କବାଟ ଭାଙ୍ଗି ଶ୍ରୀ ଜେନାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶ୍ରୀ ଜେନାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର