ଧାନଗଦା ଜଳିଗଲା

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ଅଂଜିରା ପଞ୍ଚାୟତ ମୁରାରୀପୁର ଗ୍ରାମର ପତିତପାବନ ଜେନାଙ୍କର ଆଜି ଏକ ଧାନଗଦା ପୋଡ଼ିଯାଇଛି। ଚଢ଼େଇଧରା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପତିତପାବନଙ୍କ ଘର ନିକଟ ଖଳାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଧାନଗଦାରେ ନିଆଁ ଲାଗିଯାଇଥିଲା।

ପରିବାରଲୋକ ଏହା ଦେଖି ଚଢ଼େଇଧରାସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଅଗ୍ନିକାଣ୍ତରେ ପତିତପାବନଙ୍କର ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବମୂଲ୍ୟର ଧାନ ନଷ୍ଟ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର