ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଧାନ କେଣ୍ଡା ହେଲାନି, ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ଆଠଗଡ଼: ସରକାରୀ ବିହନ ନେଇ ଧାନ ଚାଷ କରିଥିଲେ ଚାଷୀ। ଛନଛନିଆ ଗଛ ହେଲା, କିନ୍ତୁ ସେଥିରେ କେଣ୍ଡା ଧରିଲାନି । ଏଭଳି ସ୍ଥିତିରେ ମେଘା ଓ କଟକିଆସାହିର ୫୮ଜଣ ଚାଷୀ ନିରାଶ ହୋଇ ଆଠଗଡ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ରାଜ୍ୟ ବିହନ ନିଗମରୁ ସେବା ସମବାୟ ସମିତି ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଶଙ୍କର ଜାତୀୟ ବାଛୁରି ପ୍ରଜନନରେ ତ୍ରୁଟି, ୨୦ ଅସୁସ୍ଥ

ବାଲିଅନ୍ତା : ବାଳକାଟି ଓ ବେଣୁପୁରସ୍ଥିତ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଏବେ ଶତାଧିକ ନବ ଜନ୍ମିତ ଶଙ୍କରଜାତୀୟ ବାଛୁରି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଜନ୍ମର ୧୫ ଦିନ ପରେ ମଧ୍ୟ ବାଛୁରି ଭଲ କରି ଠିଆ ହୋଇ ଗାଈଠୁ କ୍ଷୀର ଖାଇ ପାରୁନଥିବା ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଘରେ ଥୁଆ ହୋଇଥିବା ବେଳେ କାର୍‌ରେ ଲାଗିଗଲା ନିଆଁ

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନ ନିକଟରେ ଥିବା ଶ୍ରୀରାମସିଟି ଡ୍ୟୁପ୍ଲେକ୍ସ ତଳେ ଥୁଆ ହୋଇଥିବା ଏକ କାର ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। କାର ମାଲିକ ସରୋଜ ନାୟକ ଏ ନେଇ ମଞ୍ଚେଶ୍ୱର ଥାନାରେ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ଗଲେ ଜଗନ୍‌ ଓ ରତ୍ନାକର: ୨୦ ବର୍ଷରେ ଜଘନ୍ୟ ଅପରାଧୀ

ଖଣ୍ଡଗିରି: କୁଖ୍ୟାତ ସୁପାରି କିଲର୍‌ ଜଗନ୍‌ ପ୍ରଧାନ ଓ ତା’ର ସହଯୋଗୀ ରତ୍ନାକର ପଲେଇକୁ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଗତ ଜୁଲାଇ ୧୬ ତାରିଖରେ ଖଣ୍ଡଗିରି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଲାଞ୍ଜିଗଡ଼/ନର୍ଲା: ମଙ୍ଗଳବାର ଭୋରରେ ଲାଞ୍ଜିଗଡ଼ ବ୍ଲକ କୁଚେଇଜୋର ଗାଁରେ ଭାଲୁ ଆକ୍ରମଣରେ ଧନୁ ଗଉଡ଼ (୬୫)ଙ୍କ ମୃତ୍ୟୁ ଘଟିଛି। ଭୋର୍‌ ସମୟରେ ଧନୁ ଓ ଅନ୍ୟ ୩ ଜଣଙ୍କ ସହ ଶୌଚ ପାଇଁ ଗୁଜୁରିଆ ଗଛ ବନ୍ଧକୁ ଯାଇଥିଲେ। ସେଠାରେ ୨ଟି ଭାଲୁ ତାଙ୍କୁ ଗୋଡ଼ାଇ ଥିଲେ। ଧନୁ ଜୀବନ ବିକଳରେ ଦୌଡ଼ି ପଳାଉଥିବା…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ଫାଟ: ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ

ରାୟଗଡ଼ା/ମୁନିଗୁଡ଼ା: ରେଳ ଧାରଣାରେ ଫାଟ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ବିଶାଖାପାଟଣା -କୋର୍ବା ଏକ୍ସପ୍ରେସ ଟ୍ରେନ୍‌ ଆଉ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିଛି ରେଳ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପରୁୁ ମୁନିଗୁଡ଼ା ଷ୍ଟେସନ୍‌ ନିକଟରେ ଟ୍ରାକ୍‌ ଭାଙ୍ଗିିଥିବା ସ୍ଥଳକୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଋଣବୋଝରୁ ଚାଷୀଙ୍କ ଆତ୍ମହତ୍ୟା: କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ

ଖଡ଼ିଆଳ/ବୋଡ଼େନ: ଋଣ ବୋଝ ଯୋଗୁଁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ଲର୍କା ଗାଁର ଚାଷୀ ଯଦୁ ବାଗ (୩୫) କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପ୍ରକାଶ ଯେ, ଶ୍ରୀ ବାଗ ୬ ଏକର…
ଅଧିକ ଖବର ଦେଖନ୍ତୁ...

ଭାରତୀହୁଡ଼ା, ଝଡ଼ିଅମ୍ବାରେ ହେବ ଉତ୍‌ଖନନ

ଭୁବନେଶ୍ୱର: ୨୦୧୭-୧୮ରେ ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା-୪ ରାଜ୍ୟର ଦୁଇଟି ସ୍ଥାନରେ ଉତ୍‌ଖନନ କରିବ। ମେ’ ମାସରେ କଟକ ଜିଲ୍ଲା ନିଆଳି ନିକଟ ପ୍ର୍ରାଚୀ ନଦୀକୂଳ ଭାରତୀହୁଡ଼ା ଏବଂ ଜୁଲାଇ ମାସରେ ଅନୁଗୁଳ ଜିଲ୍ଲାର ଝଡ଼ିଅମ୍ବାଠାରେ…
ଅଧିକ ଖବର ଦେଖନ୍ତୁ...

୧୫ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ରିପୋର୍ଟ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହି ରିପୋର୍ଟ ତଥା ମରୁଡ଼ି ପରିଚାଳନା ପାଇଁ ପ୍ରଣୀତ ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନେଇ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସରକାର ମରୁଡ଼ି ପରିସ୍ଥିତିର ବାସ୍ତବ ଆକଳନ କରିବେ। ଆଜି…
ଅଧିକ ଖବର ଦେଖନ୍ତୁ...

୧୧ରେ ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟରୁ ୫ହଜାରର ଅଧିକ ଚାଷୀ ଓ ପ୍ରତିନିଧିଙ୍କୁ ମିଶାଇ ଦେଶର ୨୨ଟି ରାଜ୍ୟର ୧୦ହଜାରରୁ ଅଧିକ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ। ଲୋକନାୟକ ଜୟପ୍ରକାଶ…
ଅଧିକ ଖବର ଦେଖନ୍ତୁ...