ଓଡ଼ିଶା ବିକାଶରେ ବିଜେଡି ବାଧକ: ବିଜେପି

ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ

ଭୁବନେଶ୍ବର: ସବୁ କ୍ଷେତ୍ରରେ ପଛରେ ଓଡ଼ିଶା, ହେଲେ ମିଛ ତଥ୍ୟ ଧରି ବିଜେଡି କହୁଛି ଓଡ଼ିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ତଥ୍ୟଭିତ୍ତିକ କଥା କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।

ସେ କହିଛନ୍ତି, ନୀତିଆୟୋଗ ରିପୋର୍ଟ କହୁଛି ସ୍ୱାସ୍ଥ୍ୟ ସୂଚକାଙ୍କରେ ୧୪ନମ୍ବରରେ ଓଡ଼ିଶା। ସାମାଜିକ କ୍ଷେତ୍ରରେ ଓଡ଼ିଶା ୩୨ ନମ୍ବର ରାଜ୍ୟ। ରାଜ୍ୟରେ୪୮ ପ୍ରତିଶତ ଆଦିବାସୀ ନିରକ୍ଷର। ସହରାଞ୍ଚଳ ବିକାଶରେ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାର କୌଣସି ସହର ନାହିଁ। ଇଜ ଅଫ ଡୁଇଂ ବିଜିନେସରେ ୨୯ ନମ୍ବରରେ ଓଡ଼ିଶା। ରପ୍ତାନି କ୍ଷେତ୍ରରେ୧୬ ନମ୍ବରରେ ଓଡ଼ିଶା। ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ଓଡ଼ିଶା ୨୧ନମ୍ବର। ପ୍ରତି ବର୍ଷ ମାତ୍ର ୨୨ ହଜାର ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଏଣେ ଜଳ ସମ୍ପଦ ସୁପରିଚାଳନାରେ ୧୭ଟି ରାଜ୍ୟରୁ ଓଡ଼ିଶା ୧୪ ନମ୍ବରରେ। ଅକ୍ଷୟ ଶକ୍ତିରେ ଓଡ଼ିଶା ୧୪ ନମ୍ବରରେ। ଚାଷୀ ଆୟରେ ତଳ ଆଡ଼ୁ ୨ ନମ୍ବରରେ ଓଡ଼ିଶା। ଦରଦାମ ବୃଦ୍ଧି ନେଇ ଓଡ଼ିଶାରେ ମୁଦ୍ରାସ୍ପୀତି ହାର ସର୍ବାଧିକ।

ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ବେରୋଜଗାରିରେ ଓଡ଼ିଶା ଏକ ନମ୍ବର। ୪୧ ପ୍ରତିଶତ ଯୁବକଙ୍କ ପାଇଁ ଚାକିରି ନାହିଁ। ସଫ୍ଟଓୟାର ହବ ଓଡ଼ିଶା ବୋଲି କହୁଛନ୍ତି, ହେଲେ ଦେଶରେ ୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଓଡ଼ିଶା ମାତ୍ର ୫ ହଜାର କୋଟିର କାରବାର କରୁଛି। ଚିନି ଉତ୍ପାଦନରେ ଓଡ଼ିଶା ପ୍ରଥମ ୧୫ଟି ରାଜ୍ୟ ଭିତରର ଆସୁନାହିଁ। ମିଲେଟ ମିଶନରେ ଦୁଇ ହଜାର କୋଟି ହୋଇଛି, କିନ୍ତୁ ମିଲେଟ ଉତ୍ପାଦନରେ ଛୋଟ ରାଜ୍ୟ ଆଗରେ ହେଲେ ଏବେ ବି ଓଡ଼ିଶା ପଛରେ। ବିଦେଶ ପୁଞ୍ଜି ନିବେଶରେ ୧୯ ନମ୍ବରରେ ଅଛି ଓଡ଼ିଶା। ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ। ମାତୃ ଶିଶୁ ମୃତ୍ୟ ହାରରେ ଜାତୀୟ ଆଭରେଜଠୁ ପଛରେ। ଡ୍ରପ ଆଉଟ ହାର ରାଜ୍ୟରେ ୫୦ ପ୍ରତିଶତ।

ସମ୍ବନ୍ଧିତ ଖବର