ରାଜଧାନୀର ଆହୁରି ବିକାଶ କରିବା ସରକାରଙ୍କ ଲକ୍ଷ୍ୟ: ବାଚସ୍ପତି

ଭୁବନେଶ୍ବର: ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଆଜିର ଦିନ (ଏପ୍ରିଲ ୧୩ ତାରିଖ)ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା। ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ ମାଲ୍ୟାର୍ପଣ କରିଛନ୍ତି।

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ବେଳେ ସହରର ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ ଭୁବନେଶ୍ବରର ତିଆରି କରାଯାଇଥିଲା। ଏବେ ରାଜଧାନୀରେ ଲୋକ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ବ ହେଲେଣି । ଭୁବନେଶ୍ୱର ଏବେ କଟକ ପର୍ଯ୍ୟନ୍ତ, ସେପଟେ ଖୋର୍ଦ୍ଧା ଓ ଏପଟେ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି। ତେଣୁ ରାଜଧାନୀର ଆହୁରି ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର