ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା : ୧୦,୩୯୭ ଶିବିର, ୫.୨୭ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ

୨୦୧୮ରେ ୧୩୪୦ଶିବିରରୁ ୬୮୩୭୨ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର : ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୩ ବର୍ଷରେ ୧୦,୩୯୭ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୫ଲକ୍ଷ ୨୭ହଜାର ୭୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଯାହା ଏକ ବିରଳ ରେକର୍ଡ।

୨୦୧୮ ବର୍ଷରେ ‘ଆମ ଓଡ଼ିଶା’ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ବର୍ଷ ୧୩୪୦ଟି ଶିବିରରୁ ୬୮,୩୭୨ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଯାହା ୧୩ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ। ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୫୫୬୪ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ କଟକ ଜୋନ୍‌ରେ ୧୧୫୦୨, ସମ୍ବଲପୁର ଜୋନ୍‌ରେ ୧୦୭୫୪, ବ୍ରହ୍ମପୁର ଜୋନ୍‌ରେ ୮୧୯୫, ଭୁବନେଶ୍ବର ଜୋନ୍‌ରେ ୬୮୧୩, ଅନୁଗୁଳ ଜୋନ୍‌ରେ ୬୧୨୧, ଜୟପୁର ଜୋନ୍‌ରେ ୫୦୧୯, ଯାଜପୁର ଜୋନ୍‌ରେ ୨୮୪୮ ଏବଂ ରାଉରକେଲା ଜୋନ୍‌ରେ ୧୫୫୬ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୯୨୫୩ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି।

୨୦୧୮ ମସିହାର ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଥିଲା ‘ବିପଦର ବନ୍ଧୁ’ ।

ଏହି କାର୍ଯ୍ୟକ୍ରମଟି କଟକ ସହରର ରକ୍ତ ଭଣ୍ତାରଗୁଡ଼ିକରେ ଗ୍ରୀଷ୍ମଦିନର ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥିଲା। ଯେଉଁ ସମୟରେ ରକ୍ତ ଅଭାବ ସଙ୍ଗିନ ପରିସ୍ଥିତି ସୃଷ୍ଟି କରେ ସେହି ସମୟରେ ‘ଆମ ଓଡ଼ିଶା’ ନିରବଚ୍ଛିନ୍ନ ଭାବେ ଦୀର୍ଘ ୬୦ଦିନରେ ମୋଟ ୭୬୫ ଜଣ ରକ୍ତଦାତାଙ୍କୁ ନେଇ ରକ୍ତଭଣ୍ତାରରେ ରକ୍ତଦାନ କରିବାର ସୁଯୋଗ ସୃଷ୍ଟି କରିଥିଲା। ଏତଦ୍‌ବ୍ୟତୀତ ଓଡ଼ିଶାରେ ସର୍ବାଧିକ ଏକଦିିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୧୮, ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୯ଟି ରକ୍ତଦାନ ଶିବିରରୁ ୫୭୧୨ ୟୁନିଟ୍‌ ସ˚ଗ୍ରହ ହେଲା। ସେହିପରି ଜାନୁଆରି ୨୩ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏକକାଳୀନ ରକ୍ତଦାନ ଶିବିର ଆୟୋଜନ କରି ଗୋଟିଏ ଦିନରେ ମୋଟ୍‌ ୪୮ଟି ଶିବିରରୁ ୧୯୭୯ ୟୁନିଟ୍‌ ରକ୍ତ ସ˚ଗ୍ରହ କରାଯାଇପାରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧୢରେ ୧୮୧ ଟି ଶିବିରରୁ ମୋଟ୍‌ ୯୨୫୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌ ଓ ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧୢକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୧୯ର ଅଭିନନ୍ଦନ ଜଣାଇବା ସ˚ଗେ ସ˚ଗେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର