ଶରତ ବୁରୁଦାଙ୍କୁ ଚିତ୍ରକୋଣ୍ଡାରେ ପ୍ରାର୍ଥୀ କଲା ଆପ୍‌, ଚତୁର୍ମୁଖୀ ଲଢେଇ ଆଶଙ୍କା

ମାଲକାନଗିରି: ଚିତ୍ରକୋଣ୍ଡା ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଆଜି ଆମ୍‌ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀ ଘୋଷଣା କରିଛି। ଗତ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଆପ୍‌ରେ ସାମିଲ ହୋଇଥିବା ଶରତ ଚନ୍ଦ୍ର ବୁରୁଦାଙ୍କୁ ଚିତ୍ରକୋଣ୍ଡା ପ୍ରାର୍ଥୀ ରୂପେ ଘୋଷଣା କରିଛି।

ତେବେ ଏଠାରେ ଚତୁର୍ମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି। କାରଣ ଗତ ୫ ବର୍ଷ ଧରି ଶରତ ଚନ୍ଦ୍ର ବୁରୁଦା କଂଗ୍ରେସର ସଂଗଠନକୁ ଆଗକୁ ନେବା ସହ ନିଜର ସଂପର୍କ ମଧ୍ୟ ବଢାଇଥିଲେ। କଂଗ୍ରେସରୁ ସେ ଇସ୍ତଫା ଦେଇଥିବା ବେଳେ ଆପ୍ ପାଇଁ ସେ ଏବେ ଭୋଟ ଭିକ୍ଷା କରିବେ।

ପ୍ରଥମ କରି ସେ ୨୦୧୪ରେ ବିଜେପି ତରଫରୁ ବିଧାୟକ ଭାବେ ଲଢେଇ କରିଥିଲେ। ପରେ ବିଜେଡିରେ ସାମିଲ ହୋଇ ଟିକଟ ପାଇବାରୁ ବଞ୍ଚିତ ହେଲେ। ପୁଣି କଂଗ୍ରେସରେ ସାମିଲ ହୋଇ ଟିକଟ ପାଇବା ନେଇ କାମ କରିଆସୁଥିଲେ ମଧ୍ୟ ତାଂକ ଟିକଟ ଦଳ କାଟି ଦେଇଥିଲା। ଏବେ ଶରତ ଜିତିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ନିଶ୍ଚିତ ଭାବେ ଶରତ କଂଗ୍ରେସକୁ ମାଡ କରିବା ସହ ବିଜେଡି ଓ ବିଜେପି ସହ ମଧ୍ୟ ଟକ୍କର ଦେବେ ବୋଲି ଆଲୋଚନା ଜୋର ଧରିଛି। ତେବେ ଚିତ୍ରକୋଣ୍ଡାରେ କିଏ ବାଜିମାତ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର