କଳାପଥର ବୋଝେଇ ୨ ହାଇୱା ଜବତ, ୨ ଗିରଫ

ଧର୍ମଶାଳା: ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ଛକ ନିକଟରେ ବେଆଇନ ଭାବେ କଳାପଥର ପରିବହନ କରୁଥିବା ୨ଟି ହାଇୱାକୁ ପୁଲିସ୍‌ ଜବତ କରିଛି। ଜବତ ହାଇୱା ଚାଳକ ଇନ୍ଦ୍ରମଣି ହାଂସଦା ଓ ଶିବୁ ସୋରେନ୍‌କୁ ଗିରଫ କରାଯାଇଛି। ପ୍ରକାଶ ଯେ, ୫୩ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଜେନାପୁର ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ଚଢେ଼ଇଧରା ନିକଟରେ କଳାପଥର ବୋଝେଇ ୨ଟି ହାଇୱା ଓଡି-୦୪ଆର-୭୪୩୮ ଓ ଓଡି-୦୪ଆର-୭୪୦୪କୁ ଅଟକାଇଥିଲା।

କଳାପଥର ପରିବହନ ପାଇଁ ଚାଳକମାନେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ। ଫଳରେ ହାଇୱା ଦୁଇଟିକୁ ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯାଇଥିଲା। ପୁଲିସ୍‌ ୨୬୮/୨୨ରେ ମାମଲା ରୁଜୁ କରି ଉଭୟ ଚାଳକଙ୍କୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର