ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ଆଜି ବିଜେଡିର  ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ତାଙ୍କ ନାଆଁ ଘୋଷଣା କରିଛନ୍ତି।  ଏ ନେଇ ଆଜି ବିଧାନସଭା ଗୃହରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବାଚସ୍ପତି ଚୟନ ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ  ବାଚନିକ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ।

ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇନଥିଲା। ସେ ଦୃଷ୍ଟିରୁ ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀ ପାତ୍ର ସର୍ବସମ୍ମତି କ୍ରମେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୨ତମ ବାଚସ୍ପତି ଭାବେ ଶ୍ରୀ ପାତ୍ର ଦାୟିତ୍ବ ନିର୍ବାହନ କରିବେ।

ସମ୍ବନ୍ଧିତ ଖବର