ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ କୋଠରିରୁ ମୃତଦେହ ଉଦ୍ଧାର

ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ତା(୫୨)ଙ୍କ ମୃତଦେହ ଜାରକାସ୍ଥିତ କ୍ବାର୍ଟର୍ସର ବନ୍ଦ କୋଠରିରୁ ଆଜି ରାତିରେ ଉଦ୍ଧାର କରାଯାଇଛି। ମୃତଦେହ ପାଇଖାନା ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ କର୍କଟରୋଗରେ ଆକ୍ରାନ୍ତ ଥିବା ସ୍ବର୍ଗତ ପଣ୍ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ପରିବାରର ଅନ୍ୟ ସଦସ୍ୟ କ୍ବାର୍ଟର୍ସରେ ନଥିବା ବେଳେ ଜଣେ ସହକର୍ମୀ ରାତି ପ୍ରାୟ ୯ଟାରେ ତାଙ୍କୁ ଡାକିଥିଲେ। ନଶୁଣିବାରୁ କବାଟ ଭାଙ୍ଗି ଦେଖିଲା ବେଳକୁ ସେ ତଳେ ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପାଟିରୁ ଫେଣ ଓ ନାକରୁ ରକ୍ତ ବହୁଥିଲା। କବାଟବନ୍ଧ ଓ ବୃନ୍ଦାଦେଇପୁର ପଞ୍ଚାୟତ ଦାୟିତ୍ବରେ ଥିଲେ। ତରଞ୍ଜିଆ ପଞ୍ଚାୟତ ଦୁର୍ନୀତି ମାମଲାରେ ତାଙ୍କ ନାଁରେ ଅଭିଯୋଗ ରହିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର