୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ୍‌ ଉପକରଣ ଚୋରି

ହାଟଡିହି : ହାଟଡିହି ବ୍ଲକ୍‌ ଶାଳଣିଆଁର ଠିକାଦାର ବୀରେନ୍ଦ୍ର କୁମାର ବିଶ୍ୱାଳଙ୍କ ବାଡ଼ିରୁ ଗତ ୨୮ ତାରିଖ ରାତିରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଇଲେକ୍ଟ୍ରି ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏଯାଏ ଲୁଟେରାଙ୍କ କୌଣସି ସନ୍ଧାନ ପାଇପାରି ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ୨୮ ତାରିଖ ରାତିରେ କିଛି ଦୁର୍ବୃତ୍ତ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସି ବୀରେନ୍ଦ୍ରଙ୍କ ବାଡ଼ିରେ ପଶି ଇଲେକ୍ଟ୍ରି ସାମଗ୍ରୀ ଚୋରି କରିନେଇଥିଲେ। ସକାଳେ ପରିବାର ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ବୀରେନ୍ଦ୍ର ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ଟେର୍‌ ପାଇନାହିଁ।

ସମ୍ବନ୍ଧିତ ଖବର