ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରରେ ବଢ଼ିଲା ଜଳସ୍ତର

ସମ୍ବଲପୁର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଓ ଜଳ ପ୍ରବେଶ ବଢ଼ିଛି। ଜଳଭଣ୍ଡାରରେ ଗତକାଲି (ଗୁରୁବାର) ଜଳସ୍ତର ୬୦୦.୩୯ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି। ତେବେ ଜଳ ପ୍ରବେଶ ବଢ଼ିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି।

ସେହିପରି ଗତକାଲି ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩୬୫ କ୍ୟୁସେକ ଜଳ ପ୍ରବେଶ କରୁ ଥିବାବେଳେ ଆଜି ଏହା ବୃଦ୍ଧି ପାଇ ୯୫୨୩ରେ ପହଞ୍ଚିଛି। ଛତିଶଗଡ଼ର କଲମା ବ୍ୟାରେଜ୍‌ର କିଛି ଗେଟ୍ ଖୋଲା ଥିବାବେଳେ ଏଠାରୁ ୪୦୦୦ ହଜାରୁ ଅଧିକ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। କେଲୋ ଡ୍ୟାମର କିଛି ଗେଟ୍‌ ଖୋଲାଥିବାବେଳେ ଉପମୁଣ୍ଡରେ ବର୍ଷା ମଧ୍ୟ ହୋଇଛି। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୧୩.୪୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ତଳମୁଣ୍ଡରେ ୨୫.୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ହୀରାକୁଦରେ ୬୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର