ଲକ୍ଷ୍ମୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ଗୁରୁତର

ଚିତ୍ରକୋଣ୍ଡା: ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ବାରା ପରିଚାଳିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ରାମ ବାବୁ।

ସୂଚନା ଅନୁସାରେ ଚତ୍ରକୋଣ୍ଡାରୁ ପଣସପୁଟ ଅଭିଭୁଖେ ଯାଉଥିବା ଲକ୍ଷ୍ମୀ ବସ୍‌ ଦୁର୍ଘଟଣାର ସାମ୍ନା କରିଥିଲା। ଅପରାହ୍‌ଣ ୩ଟା ସମୟରେ ପଣସପୁଟ ଘାଟିରେ ବିପରୀତ ଦିଗରୁ ଆସୁଥିବା କୋଟଉରୁ ଗ୍ରାମର ରାମ ବାବୁ ବସ୍‌ ସହିତ ମୁହାଁମୁହିଁ ଦୁର୍ଘଟଣାର ସାମ୍ନା କରିଥିଲେ। ପରେ ଗୁରୁତର ରାମଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଜାନବାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର