ନିଜର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବାର ବେଳ ଆସିଛି!

ନୂଆଦିଲ୍ଲୀ: ଆପଣଙ୍କୁ ଯଦି କେହି ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବାକୁ କହିବ ଆପଣ କରିବେ? ଖାଲି ଆପଣ କାହିଁକି ଫେସ୍‌ବୁକ୍‌ ଏବେ ଅଧିକାଂଶ ଲୋକଙ୍କର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବା ଯେପରି ଏକ ଅସମ୍ଭବ କାର୍ଯ୍ୟ ପରି ମନେ ହେଉଛି। ମାତ୍ର ଏବେ ସମସ୍ତେ ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଡିଲିଟ୍‌ କରିବାର ବେଳେ ଆସିଛି ବୋଲି କହିଛନ୍ତି ହ୍ଵାଟ୍‌ସଆପ୍‌ର ସହ-ନିର୍ମାତା ବ୍ରିୟାନ୍‌ ଆକ୍‌ସନ।

ଉଲ୍ଲେଖଯୋଗ୍ୟ, ବିୟାନ୍‌ ଫେସ୍‌ବୁକ୍‌କୁ ଖୁବ୍‌ ନିକଟରୁ ଜାଣିଛନ୍ତି। ୨୦୧୪ ମସିହାରେ ସେ ହ୍ଵାଟସଆପ୍‌କୁ ୧୯ ଡଲାର୍‌ ବିଲିୟନ୍‌ ବିନିମୟରେ ଫେସ୍‌ବୁକ୍‌କୁ ବିକ୍ରି କରି ଦେଇଥିଲେ। ବିକ୍ରି ପରେ ସେ ପୁଣି ଥରେ ଫେସ୍‌ବୁକ ସହ କାର୍ଯ୍ୟ ଆରମ୍ଭ କରିଥିଲେ।

ଚଳିତବର୍ଷ ଫେସ୍‌ବୁକ୍‌କୁ ନେଇ ଗୁଡ଼ାଏ ଅଭିଯୋଗ ହୋଇଛି। ଥାର୍ଡ ପାର୍ଟି ଫେସ୍‌ବୁକ୍‌ର ଡାଟା ସହଜରେ ଚେରାଇ ନେଇପାରିବା ସହ ଭାଇରସ୍‌ ହେତୁ ବହୁ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିବା ପରେ ବିୟାନ ନିଜର ଟୁଇଟର୍‌ ଆକାଉଣ୍ଟ୍‌ରେ ଏପର ମତ ରଖିଛନ୍ତି।

 

ସମ୍ବନ୍ଧିତ ଖବର