କଠୁଆ ଦୁଷ୍କର୍ମ ମାମଲା : ପୀଡ଼ିତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ‘ମୋତେ କିଛି କରିବାକୁ ଦିଅ, ତା’ପରେ ମାରିଦେବ’ ବୋଲି କହିଥିଲେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ : ଦୁଇ ମାସ ତଳେ କଠୁଆ ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଘଟଣା ବର୍ତ୍ତମାନ ଦେଶକୁ ଦୋହଲାଇ ଦେଇଛି। ଏ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୧୦ ଜାନୁଆରି ଦିନ ଜଣେ ୮ବର୍ଷର ନାବାଳିକା ଘୋଡ଼ା ଚରାଇବାକୁ ଯାଇଥିବା ବେଳେ ତା’କୁ ସ୍ଥାନୀୟ ମନ୍ଦିରର ସେବାୟତଙ୍କ ଯୋଜନା ମୁତବାକ ଅପହରଣ କରାଯାଇ ପାଖ ମନ୍ଦିରରେ ରଖା ଯାଇଥିଲା । ଏହା ପରେ ୮ଜଣ ଅଭିଯୁକ୍ତ ତା’ ସହ ଥର ଥର କରି ଦୁଷ୍କର୍ମ କରିଥିଲେ । ଅନ୍ୟ ପକ୍ଷରେ ଝିଅ ନିଖୋଜ ଖବର ପରିବାର ଲୋକ ପୁଲିସକୁ ଜଣାଇବା ପରେ ପୁଲିସ ତତ୍ପରତାର ସହ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । କିନ୍ତୁ ପୀଡ଼ିତାଙ୍କୁ ଖୋଜି ପାଇବା ପରେ ତା’ଙ୍କୁ ବଞ୍ଚାଇବା ପରିବର୍ତ୍ତେ ନିଜେ ଅଭିଯୁକ୍ତମାନଙ୍କ ସହ ସାମିଲ ହୋଇ ଯାଇଥିଲା ପୁଲିସ । ନିଜର କର୍ତ୍ତବ୍ୟ ଓ ମାନବିକତାକୁ ଭୁଲି ପୁଲିସ ଅଧିକାରୀ ଜଣକ କହିଥିଲେ, ‘ମୋତେ କିଛି କରିବାକୁ ଦିଅ,ତା’ପରେ ମାରିଦେବ ।’ ଏହାପରେ ସେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ।

କିନ୍ତୁ ସେହି ସମୟରେ ପୁଲିସ କର୍ମଚାରୀ ଯଦି ନିଜ ପୁଲିସ ହେବାର କର୍ତ୍ତବ୍ୟ ଠିକ୍‌ ଭାବରେ ପାଳନ କରିଥାନ୍ତେ, ହୁଏତ ନାବାଳିକା ଜଣଙ୍କ ନିଜ ଜୀବନ ଫେରି ପାଇଥାନ୍ତା । କିନ୍ତୁ ପୁଲିସ କର୍ମଚାରୀ ଜଣକ ପୀଡ଼ିତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ତା’ଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ । ଦୁଷ୍କର୍ମ କରି ସାରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା କରିବା ସହ ତାଙ୍କ ମୁଣ୍ଡକୁ ପଥରରେ ଛେଚି ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏତେ ସବୁ ବିଷୟରେ ଜାଣି ପୁଲିସ ଅଧିକାରୀ ଜଣଙ୍କ କୌଣସି ପଦକ୍ଷପ ନେଇ ନ ଥିଲେ ।

News18.com

ଏହି ଘଟଣା ପରେ ମନ୍ଦିରର ସେବାୟତ ସଞ୍ଜି ରାମ,ତାଙ୍କ ପୁତୁରା ବିଶାଲ, ସବ୍‌ଇନ୍ସପେକ୍ଟର ଆନନ୍ଦ ଦତ୍ତା ଓ ଦୁଇ ଜଣ ବିଶେଷ ପୁଲିସ ଅଧିକାରୀ ଦୀପକ ଖଜୁରିଆ ଏବଂ ସୁରେନ୍ଦ୍ର ବର୍ମା, ହେଡ଼୍‍ କନେଷ୍ଟବଳ ତିଲକ ରାଜ୍‌ ଏବଂ ସ୍ଥାନୀୟ ବାସିନ୍ଦା ପ୍ରବେଶ କୁମାରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏମାନଙ୍କ ଅମାନବୀୟ କାଣ୍ଡ ପାଇଁ ଏମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନାହିଁ ।

ସମ୍ବନ୍ଧିତ ଖବର