‘ଯେଉଁଠାରୁ ଛୁଞ୍ଚି ବି ତିଆରି ହେଉନଥିଲା ସେଠାରେ ରକେଟ୍ ଲଞ୍ଚ୍ ହେଉଛି ‘ନେହେରୁ, ଇନ୍ଦିରାଙ୍କୁ ପ୍ରସଂଶା କଲେ ଖଡଗେ

ବାରପେଟା: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆସାମର ବାରପେଟାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ଏହା ସହିତ ଦେଶର ବିକାଶ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଇନ୍ଦିରାଗାନ୍ଧିଙ୍କୁ ପ୍ରସଂଶା କରିଥିଲେ ।

ଆଜି ଆମେ ଦେଶରେ ପ୍ରଚୁର ପରିମାଣର ଗହମ, ଚାଉଳ ଓ ଡାଲି ଉତ୍ପାଦନ କରୁଛୁ। ଇନ୍ଦିରା ଓ ନେହେରୁଙ୍କ ଯୋଗୁଁ ହିଁ ଦେଶରେ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବ ହୋଇଥିଲା।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ବିଜେପି ବିଜ୍ଞାପନ ଦେଉଛି ଏବଂ କହୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କେବଳ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଜନ୍ମ ଗ୍ରହଣ କରିଛନ୍ତି। ଯେଉଁ ଦେଶରେ ଚାଉଳ ଏବଂ ଗହମର ଉତ୍ପାଦନ ଯଥେଷ୍ଟ ନଥିଲା ଏବଂ ଆମକୁ ଆମେରିକାରୁ ଆମଦାନୀ କରିବାକୁ ପଡିଥିଲା । ଆଜି ଆମେ ଗହମ, ଚାଉଳ ଏବଂ ଡାଲି ଉତ୍ପାଦନ କରୁଛୁ, ଯାହା ଦେଶର ଲୋକଙ୍କ ପାଇଁ ଖାଦ୍ୟ ପାଇଁ ଯଥେଷ୍ଟ । ଯେଉଁ ଦେଶରେ ଗୋଟିଏ ଛୁଞ୍ଚି ଉତ୍ପାଦନ ହେଉନଥିଲା, ସେହି ଦେଶ ଏବେ ମହାକାଶକୁ ରକେଟ ପଠାଇବାକୁ ସାହାସ କରିପାରୁଛି । ଏହା କେବଳ ନେହେରୁଜୀ ଓ ଇନ୍ଦିରାଜୀଙ୍କ ପାଇଁ ସମ୍ଭବ ହେଉଛି ।

ସମ୍ବନ୍ଧିତ ଖବର