ଚକଲେଟ ବୋମା ଫୁଟିଲେ ବି ପଠାଇଦିଆଯାଉଛି ସିବିଆଇ ଓ ଏନଆଇଏ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀ ସରକାର ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ କଡ଼ା ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଏନଏସଜିର ଅପବ୍ୟବହାର କରିଥିବା ଅଭିଯୋଗ କରି ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଯଦି ଚକଲେଟ ବୋମାଟିଏ ବି ଫୁଟିଯାଉଛି ତେବେ, ସିବିଆଇ, ଏନଆଇଏ ଏବଂ ଏନଏସଜିକୁ ପଠାଯାଉଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ଲାଗୁଛି ଯେମିତି ଏଠାରେ (ପଶ୍ଚିମବଙ୍ଗ) କୌଣସି ଯୁଦ୍ଧ ଚାଲିଛି।

କେନ୍ଦ୍ରର ଏକପାଖିଆ ଆଭିମୁଖ୍ୟ ରହିଛି କାରଣ ରାଜ୍ୟ ପୁଲିସକୁ ମଧ୍ୟ ଅବଗତ କରାଯାଇ ନାହିଁ।” ଶୁକ୍ରବାର (ଏପ୍ରିଲ ୨୬) ରେ ସିବିଆଇ ପୂର୍ବତନ ଟିଏମସି ନେତା ଶାହାଜାହାନ ଶେଖଙ୍କ ସନ୍ଦେଶଖାଲି ଘରେ ଚଢ଼ାଉ କରିଥିଲା ​​ଯେଉଁଥିରେ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା। ସନ୍ଦେଶଖାଲିରେ ଉଦ୍ଧାର ହୋଇଥିବା ଅସ୍ତ୍ର ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି, “ସେହି ଜିନିଷଗୁଡିକ କେଉଁଠାରୁ ଉଦ୍ଧାର କରାଯାଇଛି ତାହା କେହି ଜାଣି ନାହାଁନ୍ତି। ବୋଧହୁଏ ସେମାନେ ଏହି ଜିନିଷଗୁଡ଼ିକୁ ନିଜ କାରରେ ଆଣି ଉଦ୍ଧାର ଅସ୍ତ୍ର ଭାବରେ ଉପସ୍ଥାପନ କରିଥିବେ। ମୁଁ ଆଜି ମଧ୍ୟ ଶୁଣିବାକୁ ପାଉଛି ଯେ ଜଣେ ବିଜେପି ନେତାଙ୍କ ଘରେ ଏସବୁ ବିସ୍ଫୋରକ ଥିଲା। ସେମାନେ ଭାବୁଛନ୍ତି ଯେ ଦେଶର ଯୁବପିଢିଙ୍କୁ ଚାକିରି ନ ଦେଇ ବୋମା ବିସ୍ଫୋରଣ କରି ନିର୍ବାଚନ ଜିତିପାରିବେ |

ସମ୍ବନ୍ଧିତ ଖବର